www.samajalive.in
Monday, December 8, 2025
20.1 C
Bhubaneswar

ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ : ପଦ ଓ ଗୋପନୀୟତାର ଶପଥ ନେଉଛନ୍ତି ବିଧାୟକ

ମୁମ୍ବଇ :  ମହାରାଷ୍ଟ୍ର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ବୁଧବାର ନବନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି। ରାଜ୍ୟପାଳ ଭଗତ୍‍ ସିଂହ କୋସିଆରି ଆଜି ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ନବନିଯୁକ୍ତ କାମଚଳା ବାଚସ୍ପତି କାଳିଦାସ୍‍ କୋଲାମ୍ବକର ନବନିର୍ବାଚିତ ୨୮୮ ଜଣ ସଦସ୍ୟଙ୍କୁ ଶପଥପାଠ କରାଉଛନ୍ତି । ରାଜ୍ୟପାଳ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ କୋଲାମ୍ବକରଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଥିଲେ।

ବିଧାନସଭାର କାମଚଳା ବାଚସ୍ପତି ଶ୍ରୀ କୋଲାମ୍ବକର ବବନରାଓ ପଚପୁତେ,ବିଜୟକୁମାର ଗାବିତ ଏବଂ ରାଧାକୃ​ଷ୍ଣ ବିଖେ ପାଟିଲଙ୍କୁ ବିଧାୟକମାନଙ୍କୁ ଶପଥ ଦେବା ପାଇଁ ପୀଠାସୀନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ପୀଠାସୀନ ଅଧିକାରୀ ପଚପୁତେ ଏବଂ ଗାବିତ ପ୍ରଥମେ ଶପଥ ନେଇଥିଲେ। ପରେ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଶପଥ ନେଇଥିଲେ। ଏହାପରେ ଏନସିପି ମିଧାୟକ ଅଜିତ ପାୱାର ଶପଥ ନେବା ବେଳେ ଏନସିପି ବିଧାୟକମାନେ ଟେବୁଲ ବାଡେଇ ତାଙ୍କୁ ସ୍ବାଗତ କରିଥିଲେ।

- Advertisement -

ଅନ୍ୟପକ୍ଷରେ ଏନସିପି ସାଂସଦ ସୁପ୍ରିୟା ସୁଲେ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଅଜିତ ପାୱାରଙ୍କୁ ବିଧାନସଭାକୁ ପ୍ରବେଶ ପଥରେ ‌ସ୍ବାଗତ କରିଥିଲେ।

ଅନ୍ୟପକ୍ଷରେ ଶିବସେନା-ଏନ୍‍ସିପି-କଂଗ୍ରେସ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଦ୍ଧବ ଠାକରେ ମଙ୍ଗଳବାର ରାତିରେ ରାଜଭବନ ଯାଇ ରାଜ୍ୟରେ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଛନ୍ତି। ଶିବାସେନା ନେତା ଶ୍ରୀ ଠାକରେଙ୍କ ସହିତ ଏନ୍‍ସିପି ଓ କଂଗ୍ରେସ ଦଳର ବିଧାୟକ ଦଳର ନେତାମାନେ ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ୍‍ କରିଛନ୍ତି। ଶିବସେନାର ଜଣେ ନେତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ମେଣ୍ଟ ସପକ୍ଷରେ ଥିବା ବିଧାୟକମାନଙ୍କର ନାମ ଏହି ଅବସରରେ ଶ୍ରୀ ଠାକରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।

ମୁମ୍ବଇଠାରେ ଅନୁଷ୍ଠିତ ଶିବସେନା-ଏନ୍‍ସିପି-କଂଗ୍ରେସ ଦଳର ମିଳିତ ବୈଠକରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories