ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ପାଲଟିଛି ମରଣଯନ୍ତା,ବୃଦ୍ଧି ପାଉଛି ଅସନ୍ତୋଷ
କେନ୍ଦୁଝରଗଡ : ୨୦ନଂ ଜାତୀୟ ରାଜପଥ ପଳାଶପଙ୍ଗା ପଞ୍ଚାୟତ ହୁଣ୍ଡୁଳାସ୍ଥିତ ସି.ଜେ.ଡାରସେଲ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା କାଦୁଅ ପଚପଚ ହୋଇ ମରଣଯନ୍ତା ପାଲଟିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ପେଟ୍ରୋଲ ପମ୍ପକୁ ସଂଯୋଗ ହୋଇଥିବା ରାସ୍ତାର ଉନ୍ନତିକରଣ ନହୋଇ ମାଟିରେ ନିର୍ମିିତ ରାସ୍ତା ଯୋଗୁଁ ସାମାନ୍ୟ ବର୍ଷା ହେଲେ ପ୍ରମୁଖ ଜାତୀୟ ରାଜପଥ କାଦୁଅରେ ଭର୍ତ୍ତି ହୋଇ ଦୁଇଚକିଆ ଓ ଚାରିଚକିଆ ଯାନବାହାନ ଚଳାଚଳ ତ ଦୂରର କଥା ପଥଚାରୀ ଯାତାୟାତ କରିବା କଷ୍ଟସାଧ୍ୟ ହୋଇପଡିଛି । ବର୍ଷା ଦିନେ ରାସ୍ତା କାଦୁଅ ହେବା ଯୋଗୁଁ ଅନେକ ସମୟରେ ବାଇକ୍ ଓ ଚାରିଚକିଆ ଯାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଧନଜୀବନ ହାନୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଆସୁଛି । ସେହିଭଳି ଗ୍ରୀଷ୍ମ ଓ ଶୀତ ଋତୁରେ ଧୂଳି ଧୁଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ବିଭିନ୍ନ ଦୁରାରୋଗ୍ୟର ଶୀକାର ହେଉଥିବା ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ ଅଭିଯୋଗ କରିଛନ୍ତି।
ପେଟ୍ରୋଲ ପମ୍ପ କାର୍ଯ୍ୟକ୍ଷମ ପୂର୍ବରୁ ପମ୍ପକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ କରିବା ପାଇଁ ସରପଞ୍ଚ ଶ୍ରୀମତୀ ନାଏକ ବହୁବାର ପମ୍ପ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ସାମାନ୍ୟ କର୍ଣ୍ଣପାତ କରୁନଥିବା ସରପଞ୍ଚ ଶ୍ରୀମତୀ ନାଏକ କ୍ଷୋଭର ସହ ଏହା କହିଛନ୍ତି । କୌଣସି ବଡ ଧରଣର ଅଘଟଣ ପୂର୍ବରୁ ପମ୍ପ କର୍ତ୍ତୃପକ୍ଷ ରାସ୍ତାର ଉନ୍ନତିକରଣ ତୁରନ୍ତ ନକଲେ ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚଳବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପମ୍ପକୁ ବନ୍ଦ କରିବା ଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ନାଏକ ଚେତାବନୀ ଦେଇଛନ୍ତି । ପମ୍ପକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ସହ ରାସ୍ତା ଉପରୁ କାଦୁଅ ଅପସାରଣ ନକରିବା ଯାଏଁ ରବିବାର ଠାରୁ ପମ୍ପ ବନ୍ଦ ରହିବା ସହ ପମ୍ପ ସମ୍ମୁଖରେ ମଧ୍ୟ କୌଣସି ଯାନବାହାନ ପାର୍କିଂ କରାଯିବ ନାହିଁ ବୋଲି ପମ୍ପ ପରିଚାଳକ ସନ୍ତୋଷ ସା ଏହା କହିଛନ୍ତି।
Comments are closed.