www.samajalive.in
Saturday, December 6, 2025
16.1 C
Bhubaneswar

ଲୁଗାଦୋଳିରୁ ପଡି ଶିଶୁପୁତ୍ର ଗୁରୁତର, ଚିକିତ୍ସାରେ ଅର୍ଥ ବାଧକ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଏଣ୍ଡଳବା ଗାଁର ଏକ ୭ମାସର ଶିଶୁପୁତ୍ର ଲୁଗା ଦୋଳିରୁ ପଡି ଗୁରୁତର ଆହତ ହୋଇଛି। ଆହତ ଶିଶୁପୁତ୍ରକୁ ଭଲ କରିବାକୁ ଏବେ ଅର୍ଥର ଘୋର ଅଭାବ। ଏଭଳି ଅବସ୍ଥାରେ ସେହି ଅସହାୟ ମାଆ ଏକମାତ୍ର ପୁଅର ଚିକିତ୍ସା ନିମିତ୍ତ ଆର୍ଥିକ ସହାୟତାର ହାତ ପାତିଛନ୍ତି।

ଖବର ନେବାରେ ଜଣାଯାଏ, ଏହି ଗାଁର ସ୍ୱର୍ଗତ ପରମାନନ୍ଦ ତରାଇଙ୍କ ସାନଝିଅ କବିତା ତରେଇ ୨୦୧୯ରେ ଯାଜପୁର ରୋଡ ନିକଟସ୍ଥ ତରାପୁର ଗାଁରେ ବିବାହ କରିଥିଲେ। କିଛି ଦିନ ପରେ ସେ ଗର୍ଭବତୀ ହୋଇଥିଲେ। ପାରିବାରିକ କଳହରୁ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେବାରୁ ସେ ସେହି ଏକମାତ୍ର ୭ମାସର ଶିଶୁ ପୁତ୍ରର ମୁହଁକୁ ଚାହିଁ ବିଧବା ମାଆଙ୍କ ପାଖରେ ରହୁଛି। ମାଆ ନିଜେ ଚଳିବାକୁ ଶୁଖୁଆ ବେପାର କରୁଥିବା ବେଳେ ଝିଆ ମାଆ ଉପରେ ବୋଝ ହୋଇଛି। ମାଆକୁ ସାହାଯ୍ୟ କରିବାକୁ ଝିଆ କବିିତା ବେଳେ ବେଳେ ପୁଅକୁ ଏକ ଲୁଗା ଦୋଳିରେ ଶୁଆଇ ଦେଇଥାଏ। ସବୁଦିନ କିନ୍ତୁ ଭଲରେ ଗଲା ନାହିଁ। ଗତ ୨୩ ତାରିଖ ଦିନ ପିଲାଟି ଦୋଳିରୁ ଖସି ପଡିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଗୁରୁତର ହୋଇପଡିଥିଲା। ପ୍ରଥମେ ଯାଜପୁର ରୋଡ ଓ ପରେ କଳିଙ୍ଗ ନଗର ଟାଟାମେଡିକା ନେଇ ଯାଇଥିଲେ। ମୁଣ୍ଡରେ ମାଡ ହୋଇ ରକ୍ତ ଜମି ଯାଇଥିବାରୁ ଏକ ଅସ୍ତୋପଚାରର ଆବଶ୍ୟକତା ଥିବା କହିବା ପରେ ଏବେ ଅର୍ଥର ଆବଶ୍ୟକତା। ଟଙ୍କା ଯୋଗାଡ ନହେବାରୁ ସେ ପୁଅକୁ ଶିଶୁଭବନ ନେଇ ମାଗଣା ଚିକିତ୍ସା କରାଇବାକୁ ଚାହିଁଥିଲେ। ଏ ପଟେ ପିଲାର ଅବସ୍ତା ପୁନଃର୍ବାର ଖରାପ ହେବାରୁ ତାକୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତୀ କରାଇଛନ୍ତି। ଅସ୍ତୋପଚାର ପାଇଁ ଆବଶ୍ୟକ ଥିବା ଏକ ଲକ୍ଷ ଟଙ୍କା ଯୋଗାଡ କରିବା ପାଇଁ ଏବେ ଘର ଘର ବୁଲୁଛନ୍ତି କବିତା। ଏତେ ଟଙ୍କା କୋଉଠୁ ଅବା ଯୋଗାଡ କରିବେ। ଏହି ଅସହାୟ ମାଆକୁ ସାହାଯ୍ୟର ହାତ ବଢାଇ ପିଲାର ଜୀବନ ବଞ୍ଚାଇବାକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ନିବେଦନ କରିଛନ୍ତି। ଆଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ଏହି ଖବର ପାଇ ସେଠାରେ ପହଞ୍ଚି ତାଙ୍କୁ କିଛି ଅରô୍ଥକ ସହାୟତା ପ୍ରଦାନ କରିବା ସହିତ କିଛି ସରକାରୀ ସହୟତାର ବନ୍ଦୋବସ୍ତ କରାଇଦେବାର ପ୍ରତିଶୃତି ଦେଇଥିବା ଜଣାଯାଇଛି। ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories