www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ମୋବାଇଲ ନିର୍ମାଣ ଲାଗି ଜର୍ମାନ, ଦକ୍ଷିଣକୋରିଆ, ତାଇୱାନ, ଅଷ୍ଟ୍ରିଆ କମ୍ପାନୀ ଆଗ୍ରହୀ

ସାମସଙ୍ଗ, ଆପଲ୍, ଡ଼ିକ୍ସନ, ଲାଭା ଆଦି କମ୍ପାନୀ ନିମନ୍ତେ ଠିକାରେ କାମ କରୁଥିବା କିଛି ଭାରତୀୟ କମ୍ପାନୀ ସହ ବିଦେଶର ୨୨ କମ୍ପାନୀ ଭାରତରେ ମୋବାଇଲ କାରଖାନା ବସାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିଲାଗି ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ଓ ଏହି କମ୍ପାନୀଗୁଡ଼ିକ ଆଗାମୀ ୫ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କା ନିବେଶ କରିବେ ।

କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସୂଚନା ଅନୁସାରେ  କେନ୍ଦ୍ର ସରକାର ଉତ୍ପାଦନ ସମ୍ବନ୍ଧୀୟ ପ୍ରୋତ୍ସାହନ ଯୋଜନା ନିମନ୍ତେ ୪୧୦୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ଏହାଦ୍ବାରା ଦେଶରେ ୧୨ ଲକ୍ଷ ଲୋକ ଲାଭାନ୍ବିତ ହେବେ । ବିଭିନ୍ନ କମ୍ପାନୀଗୁଡ଼ିକରେ ପ୍ରାୟ ୩ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତାଇୱାନ, ଦକ୍ଷିଣ କୋରିଆ, ଜର୍ମାନୀ, ଅଷ୍ଟ୍ରିଆ ପରି ଦେଶର କମ୍ପାନୀଗୁଡ଼ିକ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଓ ଏହା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି ।

- Advertisement -


ଶ୍ରୀ ପ୍ରସାଦ କହିଛନ୍ତି ଯେ ଏହି ଯୋଜନାରେ ସାମସଙ୍ଗ, ଫକ୍ସଫୋନ, ହୋନହୈଇ, ରାଇଜିଂ ଷ୍ଟାର, ବିଷ୍ଟ୍ରନ, ପେଗାଟ୍ରନ୍ ସାମିଲ ଅଛନ୍ତି । ଫକ୍ସଫୋନ, ହୋନହୈଇ, ବିଷ୍ଟ୍ରନ ଓ ପେଗାଟ୍ରନ୍ କମ୍ପାନୀଗୁଡ଼ିକ ଆପଲ୍ ନିମନ୍ତେ ମୋବାଇଲ ନିର୍ମାଣ କରିଥାଆନ୍ତି ।   ଏଥିନିମନ୍ତେ ବିଦେଶୀ କମ୍ପାନୀଗୁଡ଼ିକୁ ୧୫୦୦୦ କିମ୍ବା ତାହାଠୁ ଅଧିକ ମୂଲ୍ୟର ମୋବାଇଲ ନିର୍ମାଣ ସର୍ତ ରହିଛି । ଭାରତୀୟ ମୋବାଇଲ କମ୍ପାନୀଗୁଡ଼ିକ ନିମନ୍ତେ କୌଣସି ସର୍ତ ନାହିଁ । ଏହାଫଳରେ ଭାରତୀୟ ମୋବାଇଲ କମ୍ପାନୀ କମ୍ ମୂଲ୍ୟର ମୋବାଇଲ ଉତ୍ପାଦନ କରି ବଜାର ଦଖଲ କରିପାରିବେ । ସମ୍ପ୍ରତି ସାରା ବିଶ୍ଵର ମୋବାଇଲ ବଜାର ଆପଲ ୩୭% ଅଧିକାର କରିଥିବାବେଳେ ସାମସଙ୍ଗ ପ୍ରାୟ ୨୨% ଦଖଲ କରିଛି ।

ଶ୍ରୀ ପ୍ରସାଦ ପୁଣି କହିଛନ୍ତି ଯେ ଲାଭା, ଡ଼ିକ୍ସନ, ଟେକନୋଜିସ, ମାଇକ୍ରୋମ୍ୟାକ୍ସ, ପେଜେଟ ଇଲେକ୍ଟେ୍ରାନିକ୍ସ, ସୋଜୋ , ଅପ୍ଟିମସ ଆଦି ଭାରତୀୟ କମ୍ପାନୀ ମଧ୍ୟ ପିଏଲ୍ଆଇ ନିମନ୍ତେ ଆବେଦନ କରିଛନ୍ତି । ଏଥିପାଇଁ ପ୍ରାୟ ୪୫୦୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଆବେଦନ କରିଥିବା ପ୍ରମୁଖ କମ୍ପାନୀ ମଧ୍ୟରେ କୌଣସି ଚୀନ କମ୍ପାନୀ ନାହାନ୍ତି । ଭାରତ କୌଣସି ବିଦେଶୀ କମ୍ପାନୀର ନିବେଶକୁ ବିରୋଧ କରୁନାହିଁ, କିନ୍ତୁ ଏହି କମ୍ପାନୀଗୁଡ଼ିକୁ ଭାରତ ସରକାରଙ୍କ ସୁରକ୍ଷା ନିୟମର ଅନୁପାଳନ କରିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories