www.samajalive.in
Saturday, December 6, 2025
23.1 C
Bhubaneswar

ପିଆଜ ବୋଝେଇ ଟ୍ରକ୍‍ରୁ ମିଳିଲା ୧୦ କ୍ୱିଣ୍ଟାଲ୍‍ ଗଞ୍ଜେଇ

ମୋହନା: ଗଜପତି ଏସ୍‍ପିଙ୍କର ନିର୍ଦେଶକ୍ରମେ ତଥା ଏସ୍‍ଡିପିଓ ଆର୍‍ ଉଦୟଗିରିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ୍‍ କୁମାର ନାୟକ ଚାନ୍ଦିପୁଟ ଓ ଲୁହଗୁଡ଼ି ମଧ୍ୟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‍କୁ ଅଟକାଇ ଯାଞ୍ଚ କରିଥିଲେ। ସେହି ଟ୍ରକ୍‍ ଯାଞ୍ଚ ସମୟରେ ପିଆଜ ବସ୍ତା ତଳେ ଗଞ୍ଜେଇ ଭର୍ତ୍ତି ୩୮ବସ୍ତା ପ୍ଲାଷ୍ଟିକ ଜରି ବ୍ୟାଗ୍‍ରେ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା; ଯାହାର ଓଜନ ୧୦କ୍ୱିଣ୍ଟାଲ୍‍ ୫୭ କିଗ୍ରା ବୋଲି ଜଣାପଡ଼ିଛି। ଜବତ ହୋଇଥିବା ଗଞ୍ଜେଇର ବଜାରରେ ଆନୁମାନିକ ମୂଲ୍ୟ ୫୦ଲକ୍ଷ ହେବ ଏ ସଂକ୍ରାନ୍ତରେ ମୋହନ ଥାନାରେ କେସ୍‍ ନମ୍ବର ୧୨୦/୨୦ ରୁଜୁ କରାଯାଇଛି ଏବଂ ଗଞ୍ଜେଇ ପରିବହନ କରୁଥିବା ଟ୍ରକ୍‍ ଓଆର୍‍୧୪ଡବ୍ଲ୍ୟୁ ୭୨୭୭କୁ ଜବତ କରାଯାଇଛି। ରାଉରକେଲା ଅଞ୍ଚଳର ନିକିଲ୍‍ କୁମାର ଓ ଅନୁରାଗ କୁମାର ଉକ୍ତ ଗଞ୍ଜେଇ ଭର୍ତ୍ତି ଟ୍ରକ୍‍କୁ ଆର୍‍ ଉଦୟଗିରିରୁ ବନାରସ ଟ୍ରାନ୍ସପୋର୍ଟ କରୁଥିବା ସମୟରେ ତାହା ପୁଲିସ ହାତରେ ଧରା ପଡ଼ିଥିଲେ। ଆଜି ଉକ୍ତ ଦୁଇଜଣଙ୍କୁ କୋର୍ଟ ଚାଳାଣ କରାଯାଇଛି ବୋଲି ମୋହନା ପୁଲିସ ସୂଚନା ଦେଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories