www.samajalive.in
Sunday, December 7, 2025
26.1 C
Bhubaneswar

ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି: ରାଜ୍ୟରେ ପୁଣି ଆଉ ଏକ ହାତୀର ମୃତ୍ୟୁ ହୋଇଛି । ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ନାଫ୍ରି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ହାତୀ ଛୁଆର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ତିନି ଦିନ ତଳେ ଖବର ଦେଇଥିଲେ । ମଙ୍ଗଳବାର ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ । ହାତୀଛୁଆ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଙ୍ଗଲ ଭିତରେ ହାତୀ ଗୋଷ୍ଠୀ ମଧ୍ୟରେ ଲଢେଇ ହୋଇ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀର ମୃତଦେହକୁ ବିଭାଗ ଜବତ କରି ବ୍ୟବଛେଦ କରାଇ ପୋତି ଦେଇଛି। ତେବେ ହାତୀ ମୃତ୍ୟୁ ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟରେ ଦିନକୁ ଦିନ ଏମିତି ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଯାଉଛି। ହେଲେ ବନବିଭାଗ କରୁଛି କ’ଣ ବୋଲି ପ୍ରଶ୍ନ ଉଠୁଛି। ଏନେଇ କାହା ପାଖରେ କୌଣସି ଉତ୍ତର ନାହିଁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories