ରଜ ବଜାରରେ ପରଦାକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ । ରଜ ବଜାରରେ ରାଜ କରିବାକୁ ପରଦାକୁ ଆସୁଥିବା ଏହି ଚଳଚ୍ଚିତ୍ରର ନାୟକ ଭାବରେ ଓଲିଉଡର ଚକୋଲେଟ ବୟ୍ ବାବୁଶାନ ନଜର ଆସୁଥିବା ବେଳେ ନାୟିକା ଭାବରେ ନଜର ଆସିବେ ଓଲିଉଡର ଚୁଲବୁଲି ଗାର୍ଲ ଶିବାନୀ। ବାବୁଶାନ ଓ ଶିବାନୀ ଯୋଡିଙ୍କର ଏହା ଦ୍ବତୀୟ ଚଳଚ୍ଚିତ୍ର। ଏହା ପୂର୍ବରୁ ଏହି ଯୋଡୀଙ୍କୁ ଦର୍ଶକ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ଦେଖିଥିଲେ ଏବଂ ଏହି ଯୋଡୀଙ୍କୁ ଦର୍ଶକ ପସନ୍ଦ ମଧ୍ୟ କରିଥିଲେ। ପ୍ରଥମ ଚଳଚ୍ଚିତ୍ରଙ୍କୁ ଦର୍ଶକ ପସନ୍ଦ କରିବା ପରେ ପୁଣି ରଜ ବଜାରରେ ଆସୁଥିବା ‘ବିଦ୍ୟାରାଣ’ ଚଳଚ୍ଚିତ୍ରଙ୍କୁ ଦର୍ଶକ ମଧ୍ୟ ପସନ୍ଦ କରିବେ ବୋଲି ଆଶା କରାଯାଉଛି।
ଓଲିଉଡର ଚକୋଲେଟ ବୟ୍ ବାବୁଶାନ ପୂର୍ବରୁ ଅଭିନୟ କରିଥିବା ଚଳଚ୍ଚିତ୍ର ମାନଙ୍କରେ ଲଭ୍ ରୋମାନ୍ସ ଏବଂ କମେଡି ଭରପୁର ରହୁଥିଲା। କିନ୍ତୁ ଶୁକ୍ରବାର ରଜ ବଜାରକୁ ପରଦାକୁ ଆସୁଥିବା ଚଳଚ୍ଚିତ୍ର ‘ବିଦ୍ୟାରାଣ’ର ପୋଷ୍ଟର ରିଲିଜ୍ ପରେ ଯାହା ଜଣାପଡୁଛି ଏହି ଚଳଚ୍ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ ହେବ। ଅର୍ଥାତ ଦର୍ଶକ ଚକୋଲେଟ ବୟ ବାବୁଶାନଙ୍କୁ ଏଥର ଆକ୍ସନ ମୋଡରେ ଦେଖିବାକୁ ପାଇବେ। କାରଣ ‘ବିଦ୍ୟାରାଣ’ର ପୋଷ୍ଟରରେ ବାବୁଶାନଙ୍କର ଏକ ଆକ୍ସନ ଫଟୋ ସ୍ଥାନ ପାଇଛି ଯାହା ଦର୍ଶାଉଛି ରଜ ବଜାରରେ ଦର୍ଶକଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ଜ୍ୟୋତି ଦାସ ତୁଲାଉଥିବା ବେଳେ ପ୍ରଯୋଜନା ଭାର ନିରଞ୍ଜନ ନାୟକ ଓ ପ୍ରଦୀପ୍ତ ପ୍ରକାଶ ଆଚର୍ୟ୍ୟ ସମ୍ଭାଳିବେ।। ସେହିପରି ଫିଲ୍ମର ସଂଳାପ ବାପୁ ଗୋସ୍ୱାମୀ ଲେଖୁଥିବା ବେଳେ ଓ ସଙ୍ଗୀତ ନିର୍ଦ୍ଦେଶନାର ଭାର ବୈଦ୍ୟନାଥ ଦାଶ ରହିଛନ୍ତି।



