ବାଙ୍କୀ: ଭାରତରତ୍ନ ଡ.ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବାଙ୍କୀ ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ବାଙ୍କୀ କୋର୍ଟ ନିକଟରେ ଆମ୍ବେଦକରଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ଉପ ଶ୍ରମ ଆୟୁକ୍ତର ବ୍ରଜବନ୍ଧୁ ପାଲ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତୀର ଶୁଭ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସଭାପତି ଭାଗ୍ୟଧର ନାୟକ, ମନୋରଞ୍ଜନ ମଲ୍ଲିକ, ସମାଜସେବୀ କେଶବ ଚନ୍ଦ୍ର ବେହେରା, ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ଓ ଓକିଲ ବିଶ୍ୱରଂଜନ ରଥ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସଭାରେ ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ବାଙ୍କୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଞ୍ଚଳିକ ଆଦିବାସୀ ହରିଜନ କଲ୍ୟାଣ ପରିଷଦ ସୌଜନ୍ୟତାରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଗୁରୁବାର ଦିନ ଆମ୍ବେଦକର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୁରୁବାରୀ ନାୟକ,ସମ୍ପାଦକ କେଶବ ଚନ୍ଦ୍ର ବେହେରା,ଡାକ୍ତର ଜଗଦିଶ ପଣ୍ଡା,ସାମ୍ବାଦିକ ଗୈାରାଙ୍ଗ ବେହେରା ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ଫଟ୍ଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆମ୍ବେଦକର ଜୟନ୍ତୀର ଅନୁଚିନ୍ତା ପ୍ରଦାନ କରିଥିଲେ। ବିଭିନ୍ନ ଗ୍ରାମରୁ ବିଶିଷ୍ଠ ବ୍ୟକ୍ତି ମାନେ ଏଠାରେ ଯୋଗଦାନ କରି ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ମହାନ ସମ୍ବିଧାନ ପ୍ରଣେତା ଡଃ ବି.ଆର. ଆମ୍ବେଦକରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେଲେ ସମାଜ ବିକଶିତ ଓ ସମୃଦ୍ଧ ହେବ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ସଂଯୋଜକ ସଖିଚାନ୍ଦ ମହାପାତ୍ର, ରାକେଶ ବେହେରା, ଆଲୋକ ବେହେରା, ଶୁଭେନ୍ଦୁ ବେଉରା, ଗୀତାଞ୍ଜଳୀ ନାୟକ, ଶାନ୍ତିଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



