www.samajalive.in
Saturday, December 13, 2025
27.1 C
Bhubaneswar

ଦୀପିକାଙ୍କୁ ବାବା ରାମଦେବଙ୍କ ପରାମର୍ଶ: କହିଲେ ତାଙ୍କୁ ମୋ ଭଳି ପରାମର୍ଶଦାତା ଜରୁରୀ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ଘଟିଥିବା ହିଂସାକାଣ୍ଡ ପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭରେ ସାମିଲ ହୋଇଥିଲେ। ସେ ଜେଏନୟୁ ଗସ୍ତ କରି ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ଦୀପିକାଙ୍କ ଏଭଳି କାର୍ଯ୍ୟ ଅନେକଙ୍କୁ ପସନ୍ଦ ଆସିଲା ନାହିଁ। ତାଙ୍କର ଏହି ପଦକ୍ଷେପକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଏହାକୁ ନେଇ ଅନେକ ନେତା ବୟାନବାଜି କରିବା ପରେ ଏବେ ଯୋଗଗୁରୁ ବାବା ରାମଦେବ ଦୀପିକାଙ୍କୁ ଏକ ପରାମର୍ଶ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦୀପିକାଙ୍କ ଜେଏନୟୁ ଗସ୍ତ ପରେ ଏସିଡ ପୀଡ଼ିତାଙ୍କ ଉପ​‌ରେ ନିର୍ମିତ ତାଙ୍କ ଚଳଚ୍ଚିତ୍ର ଛପାକକୁ ବିରୋଧ କରାଯାଉଛି। ଏହା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋରରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ବାବା ରାମଦେବ କହିଛନ୍ତି ଯେ, ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ପ୍ରସଙ୍ଗଗୁଡ଼ିକୁ ଠିକ୍‌ ଭାବେ ବୁଝିବା ଲାଗି ଦୀପିକା ପାଦୁକୋନଙ୍କୁ ତାଙ୍କ ଭଳି କୌଣସି ପରାମର୍ଶଦାତାଙ୍କୁ ରଖିବା ଆବଶ୍ୟକ। ରାମଦେବ କହିଥିଲେ, ଅଭିନୟ ଦୃଷ୍ଟିକୋଣରୁ ଦୀପିକା ଜଣେ କୁଶଳୀ କଳାକାର। ଏହା ଭିନ୍ନ କଥା। କିନ୍ତୁ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ପ୍ରସଙ୍ଗରେ ଜ୍ଞାନ ହାସଲ କରିବା ଲାଗି ଦେଶ ବିଷୟରେ ଆହୁରି ଅଧିକ ପଢ଼ିବା ଏବଂ ବୁଝିବାକୁ ହେବ। ଏସବୁ ବିଷୟରେ ଜାଣିବା ପରେ ହିଁ ତାଙ୍କୁ ବଡ଼ ନଷ୍ପତ୍ତି ନେବା ଆବଶ୍ୟକ। ଏଥିପାଇଁ ଦୀପିକାଙ୍କୁ ରାମଦେବଙ୍କ ଭଳି କୌଣସି ପରାମର୍ଶଦାତା ରଖିବା ଦରକାର।

- Advertisement -

ରାମଦେଶ ନାଗରିକତା ସଂଶୋଧନ ଆଇନକୁ ଦୃଢ଼ ସମର୍ଥନ କରି କହିଛନ୍ତି, ଯେଉଁ ଲୋକମାନଙ୍କୁ ସିଏଏର ପୂରାନାମ ଜଣାନାହିଁ, ସେମାନେ ଆଜି ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦର ପ୍ରୟୋଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନିଜେ କହିସାରିଛନ୍ତି ଯେ ଏହି ଆଇନ କୌଣସି ବ୍ୟକ୍ତିର ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ, ବରଂ ନାଗରିକତା ଦେବା ଲାଗି ପ୍ରସ୍ତୁତ ହୋଇଛି। ତଥାପି ଲୋକମାନେ ନିଆଁ ଲଗାଇ ଚାଲିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories