www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରାବଣମାସର ପ୍ରଥମ ସୋମବାର, ବିନା ଭକ୍ତରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ଜଳାଭିଷେକନୀତି

ଆରଡି:  ପୂର୍ଣ୍ଣିମା ତିଥି ଅନୁଯାୟୀ ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାରରେ ସମ୍ପନ୍ନ ହୋଇଛି ଆରଡିପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କର ଜଳାଭିଷେକ ନୀତିକାନ୍ତି। ଏହି ପବିତ୍ରମାସରେ ହଜାର-ହଜାର ଶ୍ରଦ୍ଧାଳୁ ଏକମାସ ବ୍ରତ ରଖିବା ସହ ନିଜକୁ କାଉଡିଆ ବେଶରେ ସଜ୍ଜିତ ହୋଇ ବିିଭିନ୍ନ ନଦୀରୁ ଜଳଭାର ଉଠାଇବା ସହ ଖାଲିପାଦରେ ମାଇଲମାଇଲ ବାଟ ଚାଲି ଆସିଥାନ୍ତି ମହାଦେବଙ୍କୁ ଜଳଲାଗି କରିବା ପାଇଁ। ହେଲେ ଚଳିତବର୍ଷ ମହମାରୀ କରୋନା ପାଇଁ ଦୀର୍ଘ ୩ମାସରୁ ଉର୍ଦ୍ଧ ହେବ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁମାନଙ୍କର ଦର୍ଶନ, ପାର୍ଥନା ଓ ପୂଜାର୍ଚ୍ଚନା ଉପରେ କଟକଣା ଜାରି କରାଯାଇଥିବା ବେଳେ ଶ୍ରାବଣୀଯାତ୍ରାରେ କାଉଡିଆଙ୍କୁ ଜଳାଭିଷେକ ନକରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବା ସହ ସମସ୍ତ ଶୈବପୀଠରେ ୧୪୪ଧାରା ଜାରି କରାଯାଇଛି।

ଯାହାର ପ୍ରଭାବରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଭକ୍ତଶୂନ୍ୟ ହୋଇ ପଡିବା ସହ ପୂର୍ବ  ଶ୍ରାବଣୀ ମେଳା ଭଳି  ଶୁଭିଲାନି କାଉଡିଆଭକ୍ତଙ୍କର ବୋଲବୋମ, ହରହରବୋମ ଧ୍ୱନି। ଅନ୍ୟପଟେ ମନ୍ଦିରର ସେବାୟତମାନେ ମଣିବାବାଙ୍କର ଦୈନଦିନ ନୀତିକାନ୍ତି ସମ୍ପନ୍ନ କରିବା ସହ ଶ୍ରାବଣୀ ନୀତିକାନ୍ତି ନିମନ୍ତେ ଜଳାଭିଷେକ ଓ ଘର୍ଷଣଲାଗି କରିଥିଲେ। ଅପରାହ୍ଣରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍ୟା ନୀତକାନ୍ତି କରାଯାଇଥିଲା। ପ୍ରଶାସନିକ କଟକଣା ଓ ପୀଠରେ ୧୪୪ଧାରା ଜାରି କରାଯାଇଥିବାରୁ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ପକ୍ଷରୁ ପୀଠର ସମସ୍ତ ପ୍ରବେଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବୈତରଣୀନଦୀର ମୁଆଁ ଓ ତିନିତର ଘାଟ, ସାଳନ୍ଦୀନଦୀର ଧାନଖଣିଆ ଘାଟରେ ପୁଲିସ ମୃତ୍ୟୟନ କରାଯାଇଥିଲା। ସେହିପରି ପୀଠରେ ଯେପରି କୈାଣସି ସ୍ଥାନରେ ବହୁ ଲୋକଙ୍କ ସମାଗମ ନହେବ ସେଥିପାଇଁ ଦିନତମାମ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories