www.samajalive.in
Monday, December 15, 2025
14.1 C
Bhubaneswar

ସ୍ବାସ୍ଥ୍ୟ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ କୌଶଳ ବିନିଯୋଗରେ  କେନ୍ଦ୍ର ସରକାରଙ୍କର ୧୨ ଟି ସଂସ୍ଥା କାମ କରୁଛନ୍ତି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିନରେ ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଅନ୍ୟତମ । ନବରଙ୍ଗପୁର ଜିଲ୍ଲାର ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଳକରେ ସ୍ବାସ୍ଥ୍ୟ, ପୋଷଣ ‌ଓ ସ୍ବାସ୍ଥ୍ୟକର ପରିବେଶର ସଚେତନତା ତାଲିମ ଶିବିର ମାର୍ଚ୍ଚ 9ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ଆଗ ଧାଡିର କର୍ମୀ ଯଥା ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ୱାଡମେମ୍ବର, ସରପଞ୍ଚ, ଶିକ୍ଷକ ଓ ପରିଚାଳନା କମିଟିର ସଭ୍ୟମାନଙ୍କୁ ନେଇ କରାଯାଇଥିଲା । ଝରିଗାଁ ବ୍ଳକର କଙ୍ଗ୍ରା ହାଇସ୍କୁଲ ଏବଂ ଚନ୍ଦାହାଣ୍ଡି ବ୍ଳକ୍ ର ଅନକାବେଡା ସେବାଶ୍ରମ ବିଦ୍ୟାଳୟରେ ଆୟୋଜିତ ଏହି କର୍ମଶାଳାରେ ପାଖାପାଖି ୬୦ ଜଣଙ୍କୁ ତାଲିମ ଦିଆଯାଇଛି । ଏଥିରେ ରକ୍ତହୀନତାର କାରଣ ଓ ଏହାର ନିରାକରଣ ଜୀବସାର, ଶ୍ବେତସାର ଓ ପୁଷ୍ଟିସାର ଓ ଖଣିଜ ଲବଣର ଆବଶ୍ୟକତା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ଏହାଛଡା ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ନିଜ ସ୍ବଚ୍ଛତା ଓ ବିଭିନ୍ନ ରୋଗ ସମ୍ପର୍କରେ ବିଶେଷ ଧ୍ୟାନ ଦିଆ ଯାଇଥିଲା । ମଶା ଦ୍ଵାରା ବ୍ୟାପୁଥିବା ରୋଗଗୁଡ଼ିକୁ କିପରି ରୋକା ଯାଇପାରିବ ତାହା ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ତଥା ଆର୍.ଏମ୍.ଆର୍.ସିର ବରିଷ୍ଠ ବୈଜ୍ଞାନିକ ଡଃ ପ୍ରକାଶ କୁମାର ସାହୁ ଓ ଡ଼ଃ ଅଭିନବ‌ ପରିଚାଳନା କରୁଥିଲେ । ଏଥିରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଅର୍ଦ୍ଧେନ୍ଦୁ କୁମାର ପ୍ରହରାଜ ଓ ପି.ଏଚ୍.ଆର୍.ଏନ୍ ର ମାନସ କୁମାର ‌ଓ ଦିଲିପ‌ ବସନ୍ତ ରାୟ ତାଲିମ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories