www.samajalive.in
Saturday, December 6, 2025
16.1 C
Bhubaneswar

ଗଞ୍ଜେଇ ଚାଷ ରୋକିବାକୁ ସଚେତନତା ଶିବିର

ଫୁଲବାଣୀ : ଖଜୁରୀପଡା ବ୍ଲକ ସଭାଗୃହଠାରେ ଖଜୁରୀପଡା ପୁଲିସ୍ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ଦିଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏସଡିପିଓ ସୁପ୍ରସନ୍ନ ମଲିକ,ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର, ଅତିରିକ୍ତ ତହସିଲଦାର ବ୍ରହ୍ମାନନ୍ଦ ଥାଟି ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ସଚେତନ କରିଥିଲେ। ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ନିଜ ଅଭିଭାଷଣ ମାଧ୍ୟମରେ କହିଛନ୍ତି ଯେ ଦିନକୁ ଦିନ ଗଞ୍ଜେଇ ଚାଷ ଜିଲ୍ଲାରେ ବୃଦ୍ଧି ପାଉଛି। ଗଞ୍ଜେଇ ଚୋରା ଚାଲାଣରେ ଆମ ଜିଲ୍ଲାର ଯୁବ ବର୍ଗ ସାମିଲ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି। ନିଶା କାରବାର ଯୋଗୁଁ ଦୁର୍ଘଟଣା ବଢୁଛି। ଜିଲ୍ଲାରେ ପ୍ରଚୁର ପରିମାଣରେ ଗଞ୍ଜେଇ ଚାଷ ହେଉଥିବା ଯୋଗୁଁ ଅପରାଧ ମଧ୍ୟ ବୃଦ୍ଧି ପାଉଛି। ତେଣୁ ଗାଁ ଗାଁରେ ସଚେତନତା ଶିବିର କରି ଗଞ୍ଜେଇ ଚାଷ ରୋକିବା ପାଇଁ ସରପଞ୍ଚ ,ରାଜସ୍ବ ବିଭାଗ ଏବଂ ଜଙ୍ଗଲ ବିଭାଗ ସହିତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ଏବଂ ୪୭ ଧାରା ସମ୍ବନ୍ଧରେ ଅବଗତ କରିଛନ୍ତି । ଗଞ୍ଜେଇ ଚାଷ ଛାଡି ଅନ୍ୟ ଚାଷ କରିବା ପାଇଁ ଚାଷୀମାନଙ୍କୁ ଆହ୍ବାନ କରିଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories