www.samajalive.in
Saturday, December 13, 2025
26.1 C
Bhubaneswar

ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହେବ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍

ଭୁବନେଶ୍ୱର: ରାଜ୍ୟରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ରୋଗର ଦୂରୀକରଣ ନିମନ୍ତେ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମଡିଏ) କାର୍ଯ୍ୟକ୍ରମ ୧୨ ଜିଲ୍ଲାର ନିର୍ଦ୍ଧିଷ୍ଟ ବ୍ଲକରେ ପରିଚାଳିତ ହେବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ୪୭ ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୫୬୦୦ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ବିଷୟରେ ସଚେତନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ସ୍କୁଲରେ ପରିଚାଳିତ ହେବାକୁ ଥିବା ଏମଡିଏ ବୁଥ୍ ରେ ଆଣ୍ଟି ଫାଇଲେରିଆ ମେଡିସିନ୍‌ ସେବନ କରିବା ସହ ନିଜ ନିଜ ସମ୍ପ୍ରଦାୟକୁ ଏନେଇ ସଚେତନ କରିବାକୁ ମଧ୍ୟ କୁହାଯାଇଛି। ବୈଠକରେ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନୋଡାଲ ଅଫିସର ପ୍ରଣତି ପାତ୍ର, ଭେକ୍ଟର ବୋନ୍ ଡିଜିଜ୍ ର ନୋଡାଲ ଅଫିସର ତଥା ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ ପ୍ରଭାକର ସାହୁ, ଯୁଗ୍ମ ନିର୍ଦ୍ଦେଶିକ ଡ଼ଃ ଶୁଭାଶିଷ ମହାନ୍ତି, ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ଆଇଇସି ପରାମର୍ଶଦାତା ଶ୍ରୀ ଦେବକାନ୍ତ ସନ୍ଧି ବିଗ୍ରହ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରୁ ଡ଼ଃ ବିଶ୍ଵ ପ୍ରକାଶ ଦତ୍ତ, ପିସିଆଇରୁ ଡ଼ଃ ଅଜିତ ବସନ୍ତ ରାୟ ଓ ଶ୍ରୀ ସୋମନାଥ ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ମିଳିତ ପ୍ରୟାସରେ ରାଜ୍ୟକୁ ଫାଇଲେରିଆ ମୁକ୍ତ କରାଯାଇପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories