www.samajalive.in
Sunday, December 7, 2025
23.1 C
Bhubaneswar

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ସୋସିଆଲ ମିଡ଼ିଆରେ କାହିଁକି? ସଂସଦରେ କାହିଁକି କହୁନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ:  ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସେନା ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ଆପତ୍ତି ଉଠାଇଛନ୍ତି । କୋର୍ଟ କହିଛନ୍ତି ଯେ ଆପଣ କିପରି ଜାଣିଲେ ଯେ ଚୀନ୍‍ ୨୦୦୦ ବର୍ଗ କିଲୋମିଟର ଭୂମି ଦଖଲ କରିଛି? କେଉଁ ବିଶ୍ୱସନୀୟ ଦଲିଲ୍‍ ଆଧାରରେ  ଆପଣ ଏହା କହିଥିଲେ? ଜଣେ ସଚ୍ଚା ଭାରତୀୟ ଏହା କହିବେ ନାହିଁ । ସୀମାରେ ବିବାଦ ଚାଲିଥିବା ବେଳେ ଆପଣ ଏପରି କିପରି କହିପାରିବେ? ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଏହାସହିତ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣି ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । କୋର୍ଟ ଉତ୍ତରପ୍ରଦେଶ ସରକାର ଏବଂ ଅଭିଯୋଗକାରୀ ଉଦୟଶଙ୍କର ଶ୍ରୀବାସ୍ତବଙ୍କୁ ନୋଟିସ୍‍ ଜାରି କରି ତିନି ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି । ସୀମା ସଡକ ସଂଗଠନର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅବମାନନା ମାମଲା ଦାୟର କରିଥିଲେ । ରାହୁଲ ଗାନ୍ଧୀ ନିମ୍ନ ଅଦାଲତ ଦ୍ୱାରା ଜାରି ସମନକୁ ବାତିଲ କରିବାକୁ ଦାବି କରିଛନ୍ତି । ୨୦୨୨ମସିହା ଡିସେମ୍ବର ୯ରେ ଭାରତ ଏବଂ ଚୀନ ସେନାମ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ରାହୁଲ ଗାନ୍ଧୀ ସେନା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories