www.samajalive.in
Sunday, December 14, 2025
14.1 C
Bhubaneswar

ନକଲି ହାତୀ ବୁଲାଇ ସଚେତନତା ବାର୍ତ୍ତା ଦେଉଛି ବନ ବିଭାଗ

ପାଟଣା : ପାଟଣା ବନବିଭାଗ ପକ୍ଷରୁ ଏକ ହାତୀ ପ୍ରତିମୂର୍ତ୍ତିକୁ ଗାଡି ଡାଲାରେ ରଖାଯାଇ ବନାଞ୍ଚଳ ବାସୀଙ୍କୁ ସଚେତନତା ବାର୍ତ୍ତା ଦେବାକୁ ସୋମବାରଠାରୁ ଏକ ସଚେତନତା ରଥ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି । ବନାଞ୍ଚଳ ଅଧିକାରୀ ବନବିହାରୀସର୍ଦ୍ଦାର ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ପାଟଣା ବନପାଳ ପିଅନ ନାଏକ ଓ ସାହାରପଡା ବନପାଳ ଭୂପତି ସେଠୀଙ୍କ ସହ ସମସ୍ତ ବନରକ୍ଷୀ ଓ ପାରା କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବନସୁରକ୍ଷା-ଗଜ ସୁରକ୍ଷା ଯୋଜନା ଅନ୍ତର୍ଗତ ହାତୀ ଦାଉରୁ ଗ୍ରାମବାସୀ ଓ ଧନଜୀବନ ରକ୍ଷା ସହ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସୌର ବାଡ଼ ପାଇଁ ସରକାରୀ ସହାୟତା ଓ ବନ୍ୟ ଜନ୍ତୁଙ୍କ କ୍ଷୟକ୍ଷତି ଓ ଧନଜୀବନ ହାନୀ ଜନିତ କ୍ଷତି ପୂରଣ ରାଶିର ପରିମାଣ ବାବଦରେ ଏହିରଥ ଅଞ୍ଚଳ ସାରା ବୁଲି ସଚେତନତା ବାର୍ତ୍ତା ବାଣ୍ଟିବ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories