www.samajalive.in
Sunday, December 14, 2025
26.1 C
Bhubaneswar

ବୈଦେଶ୍ଵରରେ ବୋଇତ ବନ୍ଦାଣ ଉତ୍ସବ

କଳାପଥର(ବାଙ୍କୀ) : ଓଡ଼ିଆ ସାଧବ ପୁଅ ମାନେ ପୂର୍ବ କାଳରେ ବିଦେଶକୁ ନୌବାଣିଜ୍ୟ କରିବାକୁ ଯିବା ସମୟରେ ସାଧବ ବୋହୁ ମାନେ ବନ୍ଦାପନା କରି ମେଲାଣି ଦେବା ସହ ବାଣିଜ୍ୟ ସାରି ଘରକୁ ଫେରିବା ସମୟରେ ପାଛୋଟି ଆଣି ଥାନ୍ତି । ଏହି ପରମ୍ପରାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ବୈଦେଶ୍ଵର ଗ୍ରାମବାସୀଙ୍କ ପକ୍ଷରୁ ତ୍ରିକୂଟ ଧାମ ପ୍ରଭୁ ବୈଦ୍ୟନାଥ ପୀଠରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିଥାନ୍ତି। ପ୍ରତ୍ୟେକ ଘର ସମ୍ମୁଖରେ ମହିଳା ମାନେ ଦୀପ, ଧୂପ ଜାଳି ହୁଳହୁଳି ହରିବୋଲ ପକାଇ ସାଧବପୁଅ ଓ ସାଧବବୋହୁ ଗ୍ରାମ ପରିକ୍ରମା କରିଥିଲେ। ବୈଦ୍ୟନାଥ ଘାଟରେ ସାଧବ ପୁଅ ମାନଙ୍କୁ ମେଲାଣି ଦିଆଯାଇଥିଲା। ରାମନାଥଙ୍କ ଘାଟରେ ସାଧବବୋହୁ ମାନେ ତଅପୋଇ ସହ ସାଧବ ପୁଅ ମାନଙ୍କୁ ବନ୍ଦାପନା କରି ସ୍ଵାଗତ କରିଥିଲେ। ପ୍ରତ୍ୟୁଷରେ  ମହାନଦୀ  କୂଳରେ ଗ୍ରାମର ବୋହୁମାନେ ସମବେତ ହୋଇ ଆ କା ମା ବୈ, ଗୁଆ ପାନ ଥୋଇ ଗାନ କରିବା ସହ ହରିବୋଲ ହୁଳହୁଳି ସହ ବୋଇତ ଭାଷଣ କରିଥିଲେ। ସରପଞ୍ଚ ସୁରଞ୍ଜନ ପଣ୍ଡାଙ୍କ ପରିଚାଳନାରେ ସିନେ ତାରକା ସମ୍ବିତ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ମୀରା ସେନାପତି ଓ ନାୟିକା  ଗୁଞ୍ଜନ ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ ମହେଶ୍ୱର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ସାହୁ, ଡ଼ଃ ସୁଵିତ ପଟ୍ଟନାୟକ, କବି ରବିନାରାୟଣ ମଙ୍ଗରାଜ ଉପସ୍ଥିତ ଥିଲେ। ବୈଦ୍ୟେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସାଧବ ପୁଅ ଓ ବୋହୁ, ତଅପୋଇ ଭୂମିକାରେ ଅଭିନୟ  କରିଥିଲେ। ଅନ୍ୟ ପକ୍ଷରେ ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁ, ଚୌଧୁରୀ ସରୋଜ ମହାପାତ୍ର, ଅଯୋଧ୍ୟା ବ୍ରହ୍ମ, ଜୟ କୃଷ୍ଣ ସାହୁ, ପ୍ରେମାନନ୍ଦ ବେହେରା, ବିଚିତ୍ର ନନ୍ଦ ଖଟୁଆ, କାହ୍ନା ଖଟୁଆ ଆଦି ପରିଚଳନରେ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories