www.samajalive.in
Wednesday, December 10, 2025
16.1 C
Bhubaneswar

ଅଙ୍ଗନବାଡି କର୍ମୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅଡବା ଜୋନ୍‍ର ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜୋନ୍‍ର ୬ଟି ସେକ୍ଟର ଶତାଧିକ ଅଙ୍ଗନବାଡି କର୍ମୀ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକାଠି ହେବାପରେ ଶୋଭାଯାତ୍ରାରେ ବାହାରିଥିଲେ। ଏହାପରେ ବଜାର ଛକ ସହ ସାହି ଓ ବିଭିନ୍ନ ସ୍ଥାନରେ ସଫେଇ କରିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ। ଅଙ୍ଗନବାଡି କର୍ମୀ ସଂଘର ଜୋନ୍‍ ସଭାନେତ୍ରୀ ପବିତ୍ରା ନାୟକଙ୍କ ନେତୃତ୍ୱରେ ଏହି ସଫେଇ ଅଭିଯାନ ହୋଇଥିବା ବେଳେ ସ୍ଥାନୀୟ ପୁଲିସ ଓ ଜନସାଧାରଣ ସହଯୋଗ କରିଥିଲେ। ପ୍ରକାଶ ଥାଉକି ରାଜ୍ୟ ସରକାର ସ୍ୱଚ୍ଛ ଭାରତ ପାଇଁ କୋଟି କୋଟି ଟଙ୍କା ବିନିମୟ କରୁଥିବା ବେଳେ ମୋହନା ବ୍ଳକରେ ସ୍ୱଚ୍ଛ ଭାରତ ଅଭିଯାନ ଖତ ଖାଉଛି। ଖ୍ରୀଷ୍ଟିଆନ ସାହି, ବାରି ସାହି, ପାତ୍ର ସାହି, ଜଗନ୍ନାଥ ମନ୍ଦିର ସାହି, ବସଷ୍ଟାଣ୍ଡ, ନାରାୟଣ ନଗର, ରଙ୍ଗମାଟିଆ ଓ ହାଇସ୍କୁଲ ପଡିଆରେ କୁଢ କୁଢ ଅଳିଆ ଆବର୍ଜନା  ଭର୍ତ୍ତି ହୋଇ ମାସ ମାସ ଧରି ପଡି ରହିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ବୁଦ୍ଧିଜିବୀଙ୍କ ମହଲରେ ସ୍ୱଚ୍ଛ ଭାରତ ଅଭିଯାନ ଧର୍ମକୁ ଆଖିଠାର ଭଳି ଦୃଶ୍ୟମାନ ହେଉଥିବା କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories