ହିମସ୍ଖଳନର ୧୧ ଦିନ ପରେ ମିଳିଲା ନିଖୋଜ ଯବାନଙ୍କ ମୃତଦେହ

0

ନୂଆଦିଲ୍ଲୀ ..-  ହିମାଚଳ ପ୍ରଦେଶରେ ଫେବୃଆରୀ ୨୦ତାରିଖରେ  ହୋଇଥିବା ହିମସ୍ଖଳନରେ ସେନାର ୬ ଜଣ ଯବାନ ନିଖୋଜ ହୋଇଯାଇଥିଲେ ।   ହିମାଚଳ ପ୍ରଦେଶର କିନ୍ନାଉର ଜିଲାରେ ଏହି ହିମସ୍ଖଳନ ହୋଇଥିଲା । ଏହାପରେ ସେନା ପକ୍ଷରୁ  ଯବାନମାନଙ୍କୁ ଖୋଜିବା କାମ ଆରମ୍ଭ ହୋଇଥିଲା । ହିମ ଗଦାତଳେ ସେମାନେ ଚାପି ହୋଇ ରହିଥିବା ସୂଚନା ମିଳିବା ପରେ  ସେନା ପକ୍ଷରୁ ଖୋଳିବା କାମ ଆରମ୍ଭ ହୋଇଥିଲା । ୨୦ ଫୁଟ୍‌ ପର୍ଯ୍ୟନ୍ତ ବରଫକୁ ଖୋଳିବା ପରେ ନିଖୋଜ ଥିବା ଜଣେ ଯବାନଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି  । ଅନ୍ୟ ୫ ଜଣଙ୍କ ଖୋଜିବା  କାମ ଜାରି  ରହିଛି  ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।

kalyan agarbati
Leave A Reply