www.samajalive.in
Monday, December 15, 2025
26.1 C
Bhubaneswar

ସିସିଟିଭିରେ କଏଦ୍‍ ଥିଲା ୫ ବର୍ଷର ଟ୍ରାଫିକ୍‍ ଉଲ୍ଲଂଘନ ରେକର୍ଡ଼: ଅଟୋ ଚାଳକଙ୍କୁ ୭୬ ହଜାର ଟଙ୍କା ଜୋରିମାନା

ସୁରଟ : ନୂଆ ଟ୍ରାଫିକ୍‍ ନିୟମ ଲାଗୁ ହେବା ପରେ ଅନେକ ଗାଡ଼ି ଚାଳକ ମୋଟା ଅଙ୍କର ଜୋରିମାନା ଦେବା କଥା ଶୁଣିଥିବେ। କିନ୍ତୁ ଗୁଜରାଟର ସୁରଟରେ ଜଣେ ଅଟୋ ଚାଳକଙ୍କ ଉପରେ ପୁରୁଣା ଟ୍ରାଫିକ୍‍ ନିୟନ ଅନୁସାରେ ୭୬ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ ପାଇଁ ପୁରୁଣା ନିୟମ ଅନୁସାରେ ଏହି ଜୋରିମାନା କରାଯାଇଛି। ରାସ୍ତାରେ ଲାଗିଥିବା ସିସିଟିଭି ଯୋଗୁଁ ତାଙ୍କର ଏହି ୫ ବର୍ଷର ଟ୍ରାଫିକ୍‍ ନିୟମ ଉଲ୍ଲଂଘନ ରେକର୍ଡ଼ ସାମ୍ନାକୁ ଆସିଛି।

- Advertisement -

ସୂଚନା ଅନୁସାରେ, ଶେଖ୍‍ ମୁଶରଫ୍‍ ଶେଖ୍‍ ରଶୀଦ ନାମକ ବ୍ୟକ୍ତି ୨୦୧୧ ମସିହାଠାରୁ ସୁରଟ ସଡ଼କରେ ଅଟୋ ଚଳାଇ ନିଜ ପରିବାରର ଭରଣ ପୋଷଣ କରୁଛନ୍ତି। ସୁରଟ ସହରର ମୁଖ୍ୟ ସଡ଼କଗୁଡ଼ିକ ଉପରେ ପୁଲିସ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଇ ଏକ ପ୍ରକାର ଜାଲ ବିଛା ଯାଇଛି। ଏହି ସିସିଟିଭି କ୍ୟାମେରାକୁ ପରିଚାଳନା କରିବା ପାଇଁ ଏକ କଣ୍ଟ୍ରୋଲ ରୁମ୍‍ କରାଯାଇଛି, ଯାହା ସହରର ଟ୍ରାଫିକ୍‍ ଉଲ୍ଲଂଘନକାରୀଙ୍କଠାରୁ ଆରମ୍ଭ କରି ସମସ୍ତ ଗତିବିଧି ଉପରେ ନଜର ରଖିଥାଏ। ଶେଖ୍‍ ମୁଶରଫ୍‍ ଶେଖ୍‍ ରଶୀଦ ମଧ୍ୟ ଅଟୋ ଚଳାଇବା ସମୟରେ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରୁଥିବା ବେଳେ ସିସିଟିଭି କ୍ୟାମେରାରେ ଧରା ପଡ଼ିଛନ୍ତି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ୨୫୬ ଥର ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରିଛନ୍ତି। ଯାହାର ଜୋରିମାନା ରାଶି ୭୬ ହଜାର ଟଙ୍କା ହୋଇଛି। ଏହି ମୋଟା ଅଙ୍କର ଇ-ଚାଲାଣ ପାଇବା ପରେ ସେ ଏଥିରୁ ବର୍ତ୍ତିବା ପାଇଁ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଟ୍ରାଫିକ୍‍ ଡିସିପି ପ୍ରଶାନ୍ତ ସୁମ୍ବେଙ୍କ ନିକଟକୁ ଯାଇଥିଲେ। ମାତ୍ର ସେଠାରୁ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ଏବେ ଏହି ଜୋରିମାନା ରାଶି ଭରିବା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ରାସ୍ତା ମଧ୍ୟ ନାହିଁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories