www.samajalive.in
Saturday, December 13, 2025
14.1 C
Bhubaneswar

ନଭେମ୍ବର ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ସରକାରଙ୍କ ପକ୍ଷରୁ ଦୁଇ ଜଣ ସଂସଦ ସଚିବଙ୍କୁ ସୂଚନା ଦିଆଯାଇଛି। ଏହି ଅଧିବେଶନରେ ସରକାର ଅନେକ ଗୁରୁତ୍ଵପୂର୍ଣ୍ଣ ବିଧେୟକ ପାରିତ କରିପାରନ୍ତି। ଏହା ସହ ୨ଟି ଗୁରୁତ୍ଵପୂର୍ଣ୍ଣ ବିଧେୟକକୁ ଆଇନରେ ପରିଣତ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଲା ଆୟକର ଅଧିନିୟମ ୧୯୬୧ ଏବଂ ଅର୍ଥ ଅଧିନିୟମ ୨୦୧୯ । ସେହିପରି ଦ୍ବିତୀୟ ଅଧ୍ୟାଦେଶରେ ଇ-ସିଗାରେଟ ଏବଂ ଏଭଳି ଉପକରଣ ବିକ୍ରି, ନିର୍ମାଣ ଓ ମହଜୁଦ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ସଂସଦରେ ଆଲୋଚନା ହେବ। ଅନ୍ୟପକ୍ଷରେ ଆର୍ଥିକ ମାନ୍ଦାବସ୍ଥା, ଜାମ୍ମୁ କାଶ୍ମୀର ସହ ଜଡିତ ବିଷୟ ସହିତ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ତେବେ ଗତ ଦୁଇ ବର୍ଷ ମଧ୍ୟରେ ଶୀତକାଳୀନ ଅଧିବେଶନ ନଭେମ୍ବର ୨୧ରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀର ପ୍ରଥମ ସପ୍ତାହ ଯାଏଁ ଚାଲିଥିଲା।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories