www.samajalive.in
Sunday, December 14, 2025
19.1 C
Bhubaneswar

ଅଟୋ ଓଲଟି ସ୍କୁଲ ଛାତ୍ରୀଙ୍କ ସମେତ ୧୦ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ବାଡେଗୁଡା ପଂଚାୟତ ନିକଟ ଶିମିଳି ଘାଟିରେ ଅଟୋ ଓଲଟି ସ୍କୁଲ ଛାତ୍ରୀଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ତେବେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ତାନାନ୍ତରିତ କରାଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣା ପଡିଛି।

- Advertisement -

ପ୍ରତ୍ୟେକ ଦିନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ଠାରୁ ଶିମିଳି ଗ୍ରାମକୁ ନେଉଥିବା ଅଟୋ ନଂ ଓଡି ୦୭ ଏନ ୧୫୧୧ ସୋମବାର ସ୍କୁଲରୁ ଘରକୁ ଯାଉଥିବା ବେଳେ ଶିମିଳି ଘାଟି ବୁଲାଣିରେ ଗାଇ ଗୋଠ ନେଇ ଯାଉଥିବା ଶିମିଳି ଗ୍ରାମର ଗାବ୍ରିଏଲ ମାଝୀ(୨୮)କୁ ଅଟୋଟି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମାଝୀ ରାସ୍ତା କଡରୁ ଛିଟିକି ପଡି ଆଘାତ ଲାଗିଥିବା ବେଳେ ଅଳ୍ପ ଦୂରରେ ଅଟୋଟି ନିଜର ଭାରସାମ୍ୟ ରକ୍ଷା କରିନପାରି ଓଲଟି ପଡିଥିଲା। ଅଟୋରେ ବସିଥିବା ଶିମିଳି ଗ୍ରାମର ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ରୁପାଲି ମଳିକ (୧୨), ମିଖଲ ମଳିକ (୧୧), ସପ୍ନା ମଳିକ (୧୩), ଜୟରାମ ମଳିକ (୧୪), ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ଏଷ୍ଟରି ମଳିକ(୧୧), ୧୦ମ ଶ୍ରେଣୀ ଛାତ୍ରୀ ପୁନମ ନାୟକ (୧୫), ଗୁଣ୍ଡିମା ଏମଇ ସ୍କୁଲ ଷଷ୍ଠ ଶ୍ରେଣୀ ଛାତ୍ରୀ ପୁଜାରାଣୀ ନାୟକ (୧୧), ଅଷ୍ଟମ ଶ୍ରେଣୀ ଛାତ୍ରୀ ସାହିଜକୁ ନାୟକ(୧୩)ଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭିର ଆଘାତ ଲାଗିଥିବା ଜଣାପଡିଛି। ଅଟୋରେ ବସିଥିବା ଶିମିଳି ଗ୍ରାମର ଅନ୍ୟ ୨ ଜଣ କୁନାଲ ମଳିକ(୨୧)ଙ୍କ ମୁଣ୍ଡ ଓ ବାମ ଗୋଡ ଭାଙ୍ଗିଯାଇଛି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା କୁନାଲ, ସ୍ୱପ୍ନା ଓ ଗାବ୍ରିଏଲଙ୍କୁ ବ୍ରହ୍ମପୁର ବଡମେଡିକାଲ ପଠାଯାଇଛି। ଖବର ପାଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଡିଓ ବଂଶିଧର ଖୋସଲା, ଡବ୍ଲ୍ୟୁଇଓ ସିମାଚଂଳ ବେହେରା, ସିଡିପିଓ ମେନକା ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ପହଞ୍ଚି ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories