www.samajalive.in
Saturday, December 13, 2025
23.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ମହିଳା ଆହତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟସ୍ଥ ଏସଇଟି କଲେଜ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଏକ ଅଟୋ ଭାରସାମ୍ୟ ହରାଇ କଲଭର୍ଟ ଭିତରକୁ ଖସି ଓଲଟି ଯିବାରୁ ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଗୋପାଳପୁରରୁ ବ୍ରହ୍ମପୁର ଅଭିମୁଖେ ଏକ ଅଟୋ ନିଜ ପରିବାର ଲୋକଙ୍କୁ ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ କଲେଜ ନିକଟରେ କଲଭର୍ଟ ଭିତରୁ ଖସି ଓଲଟି ଯାଇଥିଲା । ଅଟୋରେ ବସିଥିବା ଜଣେ ମହିଳା ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି । ଖବର ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଆହତ ମହିଳାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଯାଇଥିବାବେଳେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି ।

 

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories