ମଦ ଦୋକାନରେ ମାରପିଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ତେର ଗଞ୍ଜୁ ଦେଶୀ ମଦ ଦୋକାନ ନିକଟରେ ମାରପିଟ ମାମଲାରେ ଆଜି ଅଟକ ରହିଥିବା ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ଗଞ୍ଜୁ ଗ୍ରାମର ନାରାୟଣ ଦାସ, ପ୍ରଦୀପ ଦାସ ବୋଲି ପୁଲିସ କହିଛି । ସୂଚନା ଅନୁସାରେ ୧୪ ତାରିଖ ତେର ଗଞ୍ଜୁ ମଦ ଦୋକାନରେ ମୁନା ଦାସ, ଭିକାରୀ ଦାସ ଓ କାଳୁ ଦାସଙ୍କୁ ପ୍ରଦୀପ ଓ ନାରାୟଣ ମାରପିଟ କରିଥିଲେ । ମୁନା ଦାସ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ବେଳେ ଶୁକ୍ରବାର ରାତ୍ର ପ୍ରାୟ ୮ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ନେଇ କାଳୁ ଦାସଙ୍କ ଅଭିଯୋଗ ପ୍ରକାରେ କେସ ନମ୍ବର ୧୦୮/୨୪ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଥିବା ନାରାୟଣ ଦାସ ଓ ପ୍ରଦୀପ ଦାସଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ସତ୍ୟାସତ୍ୟ ଜାଣିବା ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି ।
Comments are closed.