www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ସମାଜ ଡିଜିଟାଲ ଡେସ୍କ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି ଟିମ ଇଣ୍ଡିଆ। ଏକ ଲୋ ସ୍କୋରିଂ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଭାରତକୁ ୭ ଉଇକେଟରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି।

୨୬ ଓଭର ବିଶିଷ୍ଟ ଏହି ଦିନିକିଆ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ବିନିମୟରେ ୧୩୬ ରନ କରିବାରେ ସଫଳ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩୧ ରନ ଟାର୍ଗେଟ ଦିଆଯାଇଥିଲା, ଯାହାକୁ ଦଳ ମାତ୍ର ୩ ଉଇକେଟ ବିନିମୟରେ ସଂଗ୍ରହ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୪୬ ଏବଂ ଯୋଶ ଫିଲିପ ୩୭ ରନ କରିଥିଲେ।

- Advertisement -

ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ମାତ୍ର ୧୩୬ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲ। ଟପ୍‌ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହେବାରୁ ଭାରତ ବଡ଼ ସ୍କୋର କରିପାରି ନ ଥିଲା। କେ.ଏଲ. ରାହୁଲ ସର୍ବାଧିକ ୩୮ ଏବଂ ଅକ୍ଷର ପଟେଲ ୩୧ ରନ କରିଥିଲେ। ରୋହିତ ଶର୍ମା ୮, ଶୁବମନ ଗିଲ ୧୦, ବିରାଟ କୋହଲି ୦, ଶ୍ରେୟସ ଆୟାର ୧୧ ରନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories