www.samajalive.in
Saturday, December 6, 2025
16.1 C
Bhubaneswar

ମୋନାଲିସା ଚିତ୍ର ଥିବା ପ୍ରସିଦ୍ଧ ମ୍ୟୁଜିଅମରେ ଚୋରି

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମ, ଯେଉଁଠି ମୋନାଲିସା ଚିତ୍ର ରହିଛି, ସେଠାରୁ ଚୋରି ହୋଇଛି। ରବିବାର ସକାଳେ ଘଟିଥିବା ଏହି ଘଟଣା ସମଗ୍ର ବିଶ୍ଵକୁ ସ୍ତବ୍ଧ କରିଦେଇଛି। ଫ୍ରାନ୍ସର ପ୍ୟାରିସରେ ଥିବା ‘ଲଭରେ’ ମ୍ୟୁଜିଅମରେ ଏଭଳି ଘଟଣା ଘଟିଛି। ଫଳରେ ଏହାକୁ ରବିବାର ବନ୍ଦ କରିଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଦୁର୍ବୃତ୍ତମାନେ ମ୍ୟୁଜିଅମରୁ ବହୁ ଦୁର୍ମୂଲ୍ୟ ଅଳଙ୍କାର ଚୋରି କରିନେଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ଅନୁସାରେ, ଚୋରମାନେ ଏକ ସ୍କୁଟରରେ ଆସିଥିଲେ। ସାମଗ୍ରୀ ଉଠାଯାଉଥିବା ଏକ ମେଶିନ ଜରିଆରେ ଚୋରମାନେ ଉକ୍ତ ରୁମରେ ପହଞ୍ଚିଥିଲେ। ପରେ ସେଠାରୁ ଦାମୀ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିଲେ। ଚୋରି ସାମଗ୍ରୀର ମୂଲ୍ୟ ଆକଳନ କରାଯାଇନାହିଁ।

- Advertisement -

ଏକ୍ସରେ ଏକ ପୋଷ୍ଟରେ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରାଚିଦା ଡାଟି କହିଛନ୍ତି, ଲଭରେ ମ୍ୟୁଜିଅମରେ ରବିବାର ସକାଳେ ଚୋରି ହୋଇଛି। ଏହା ପରେ ମ୍ୟୁଜିଅମକୁ ବନ୍ଦ କରିଦିଆଯାଇଛି। ସେ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ପୂର୍ବରୁ ୧୯୧୧ରେ ଏହି ମ୍ୟୁଜିଅମରେ ଚୋରି ହୋଇଥିଲା। ଜଣେ କୁଖ୍ୟାତ ଚୋର ମ୍ୟୁଜିଅମରେ ପଶି ନିଜ ଜ୍ୟାକେଟ ମଧ୍ୟରେ ମୋନାଲିସାଙ୍କ ଚିତ୍ର ଚୋରି କରିନେଇ ଫେରାର ହୋଇଯାଇଥିଲା। ଦୁଇ ବର୍ଷ ପରେ ମୋନାଲିସା ଚିତ୍ରକୁ ଉଦ୍ଧାର କରାଯାଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories