www.samajalive.in
Saturday, December 6, 2025
15.1 C
Bhubaneswar

ଟିକେଟ ନ ମିଳିବାରୁ କାନ୍ଦିଲେ ନେତା, ଶାର୍ଟ ଚିରି ଲାଲୁଙ୍କ କାର ପଛରେ ଦୌଡ଼ିଲେ

ସମାଜ ଡିଜିଟାଲ ଡେସ୍କ: ଟିକେଟ ନ ମିଳିବାରୁ କାନ୍ଦିଲେ ନେତା। କେବଳ ଏତିକି ନୁହେଁ, ନିଜ ଶାର୍ଟ ଚିରି କାନ୍ଦି କାନ୍ଦି ଲାଲୁ ପ୍ରାସଦ ଯାଦବଙ୍କ କାର ପଛରେ ଦୌଡ଼ିବାକୁ ଲାଗିଲେ। ବିହାରର ପାଟନା ଜିଲାରେ ରବିବାର ଏଭଳି ଏକ ହାଇଡ୍ରାମା​‌ ଦେଖିବାକୁ ମିଳିଛି।

ବିହାର ନିର୍ବାଚନ ପାଇଁ ଆରଜେଡି ପକ୍ଷରୁ ଟିକେଟ ବଣ୍ଟନ କରାଯାଇଛି। ହେଲେ ଦଳର ବରିଷ୍ଠ ନେତା ମଦନ ଶାହଙ୍କୁ ଦଳ ଟିକେଟ ଦେଇନାହିଁ। ଏଥିପାଇଁ ସେ ଲାଲୁଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ତାଙ୍କୁ ସୁଯୋଗ ଦିଆ ନ ଯିବାରୁ ସେ ନିଜ ଶାର୍ଟ ଚିରି କାନ୍ଦିବାକୁ ଲାଗିଥିଲେ। ଲାଲୁ କାରରେ ବାହାରକୁ ଯିବା ସମୟରେ ତାଙ୍କ ଗାଡ଼ି ପଛରେ ଦୌଡ଼ି ଦୌଡ଼ି ପିଛା ବି କରିଥିଲେ।

- Advertisement -

ମଦନ ଅଭିଯୋଗ କରିଛନ୍ତି ଯେ, ସେ ୨ କୋଟି ୭୦ ଲକ୍ଷ ଟଙ୍କା ନ ଦେବାରୁ ତାଙ୍କ ଟିକେଟ କାଟି ଦିଆଯାଇଛି। ଲାଲୁ ତାଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆରଜେଡି ନେତା ସଞ୍ଜୟ ଯାଦବ ଟିକେଟ ପାଇଁ ୨ କୋଟି ୭୦ ଲକ୍ଷ ଟଙ୍କା ଦାବି କରିଥିଲେ। ମୁଁ ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ଟିକେଟ କାଟି ଅନ୍ୟ ଜଣଙ୍କୁ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories