www.samajalive.in
Wednesday, December 10, 2025
26.1 C
Bhubaneswar

ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ : ଗାଙ୍ଗୁଲି

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏନେଇ ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଖୁବଶିଘ୍ର ଏନେଇ ବିଧିବଦ୍ଧ ଭାବେ ସୂଚନା ଦିଆଯିବ ବୋଲି ଗାଙ୍ଗୁଲି କହିଛନ୍ତି।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ, ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି।
ଟେଷ୍ଟ ମ୍ୟାଚକୁ ଅଧିକ ରୋମାଞ୍ଚକର କରିବା ପାଇଁ ଏହି ଦିବାରାତ୍ର ଟେଷ୍ଟର ଆୟୋଜନ କରାଯାଉଛି। ଗତବର୍ଷ ନଭେମ୍ବରରେ ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା ଏବଂ ଏହି ମୁକାବିଲାରେ ସହଜ ବିଜୟ ହାସଲ କରିଥିଲା।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories