www.samajalive.in
Wednesday, December 10, 2025
26.1 C
Bhubaneswar

ଯୁବତୀଙ୍କୁ ଅସଦାଚାରଣ ଘଟଣା: ନିଲମ୍ବିତ ହେଲେ ଏସ୍‌ଏସ୍‌ବି ପୁଲିସ ପ୍ରମୋଦ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର କଳ୍ପନା ଛକରେ ରବିବାର ଜଣେ ଯୁବତୀଙ୍କୁ ଅସଦାଚାରଣ କରିଥିବା ଘଟଣାରେ ସମ୍ପକ୍ତ ଏସ୍‌ଏସ୍‌ବି ପୁଲିସ ପ୍ରମୋଦ ବେହେରାଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ,  ପ୍ରମୋଦ ବେହେରା ସ୍ପଶାଲ୍‌ ସିକ୍ୟୁରିଟି ବାଟାଲିୟନ୍‌(ଏସ୍‌ଏସ୍‌ବି) କାର୍ଯ୍ୟ କରନ୍ତି। ଆଜି ସେ କଳ୍ପନା ଛକରେ ଜଣେ ଯୁବତୀଙ୍କୁ ପିଛା କରିଥିଲା। ପରେ ସେ  ତାଙ୍କୁ ଟଣାଓଟରା କରିବାକୁ ଚେଷ୍ଟା କରିଥିଲା। ଏହା ଜାଣିପାରି ଯୁବତୀ ଜଣକ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ସମ୍ପୃକ୍ତ ପ୍ରମୋଦଙ୍କୁ କାବୁ କରିନେଇଥିଲେ। ପରେ ଯୁବତୀ ଜଣକ ଗୋଇଠା ପରେ ଗୋଇଠା ମାରିଥିଲେ। ଏପରିକି ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ମହିଳା ମଧ୍ୟ ପ୍ରମୋଦଙ୍କୁ ମାଡ଼ ମାରିଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦଙ୍କୁ ଉଦ୍ଧାର କରିଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories