www.samajalive.in
Monday, December 15, 2025
27.1 C
Bhubaneswar

ଇଣ୍ଡିଆ-ଅଷ୍ଟ୍ରେଲିଆ ଶେଷ ଦିନିକିଆ: ୨୩୭ରନର ଟାର୍ଗେଟ ଦେଲା କଙ୍ଗାରୁ ଦଳ

ନୂଆଦିଲ୍ଲୀ: ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ସିଡନୀରେ ଖେଳାଯାଉଛି । ଶେଷ ମ୍ୟାଚରେ ଭାରତକୁ ୨୩୭ରନ ଟାର୍ଗେଟ ଦେଇଛି ଘରୋଇ କଙ୍ଗାରୁ ଦଳ । ୪୬.୪ଓଭରରେ ଅଷ୍ଟ୍ରେଲିଆ ଟିମ୍‌ ୨୩୬ ରନ କରି ଅଲଆଉଟ ହୋଇଥିଲେ । ୨୩୬ରନରେ ଅଲଆଉଟ୍‌ ହୋଇଥିଲା ଘରୋଇ ଦଳ । ସିଡନୀରେ ଘାତକ ବୋଲିଂ କରିଥିଲେ ଭାରତୀୟ ବୋଲର ହର୍ଷିତ ରାଣା । ହର୍ଷିତ ରାଣାଙ୍କୁ ସର୍ବାଧିକ ୪ ୱିକେଟ ମିଳିଥିବା ବେଳେ ୱାଂଶିଟନ୍‌ ସୁନ୍ଦର ନେଇଥିଲେ ୨ୱିକେଟ । ଆଜିର ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଗିଲ୍‌ ବାହିନୀ । ଅଷ୍ଟ୍ରେଲିଆରେ ଭାରତୀୟ ଦଳ ତିନୋଟି ଦିନିକିଆରୁ ପୂର୍ବରୁ ୨ଟିରେ ପରାଜିତ ହୋଇଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories