www.samajalive.in
Monday, December 15, 2025
14.1 C
Bhubaneswar

ଆଳି ନିର୍ବାଚନ ମଣ୍ଡଳୀର ବ୍ୟାପକ ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବୀରେ ନବୀନ ନିବାସ ଘେରାଉ

ଭୁବନେଶ୍ୱର : ଆଜି ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଠାରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ କଂଗ୍ରେସ ନେତା, କର୍ମୀ ଏକ ଶୋଭାଯାତ୍ରାରେ ଦିବା ୧୧ ଘଟିକା ସମୟରେ ବାହାରି ମାଷ୍ଟରକ୍ୟାଂଟିନ ଛକ, ରାଜମହଲ ଦେଇ ଶିଶୁଭବନ ଛକରେ ପଂହଚିବା ପରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ପ୍ରକାଶ ଥାଉକି ଉଭୟ ଆଳି ଓ ରାଜକନିକା ପଂଚାୟତ ସମିତିରେ୨୦୦୦ ମସିହାରୁ ଏଯାବତ ପ୍ରାୟ ୨୦୦ କୋଟି ଟଙ୍କାର ଦୁର୍ନୀତି ଶାସକ ଦଳ ବିଜେଡ଼ିର ପ୍ରାକ୍ତନ ମନ୍ତ୍ରୀ ବର୍ତମାନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଦେବଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟୁନ ୯୦% ଦୁର୍ନୀତି ପଂଚାୟତ ରାଜ ବିଭାଗରେ ହୋଇଥିବା ବେଳେ ବାକି ୧୦% ଅନ୍ୟାନ୍ୟ ବିଭାଗରୁ ହୋଇଛି। ବିଧାନସଭା ଭିତରେ ଓ ବାହାରେ ବହୁବାର ଅଭିଯୋଗ କରିଥିଲେ ବି ଏଯାବତ ଦୁର୍ନୀତିର ତଦନ୍ତ ହୋଇନଥିବା ବେଳେ ଆଜି ପ୍ରାୟ ୫୦୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ସହ ଉଚିତ ପଦକ୍ଷେପ ନେବା ନିମନ୍ତେ ଏକ ଶୋଭାଯାତ୍ରା ମାଧ୍ୟମରେ ନବୀନ ନିବାସ ଘେରାଉ କରିଥିଲେ।

ଉକ୍ତ ସମୟରେ ପ୍ରତ୍ୟେକ ରାଜନୈତିକ ଦଳର ସକ୍ରିୟ ନେତା ଓ କୁଜି ନେତାଙ୍କର ସମ୍ପତି ଯାଞ୍ଚ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଶର୍ମା ମତବ୍ୟକ୍ତ କରିଥିଲେ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ରାଲିକୁ ଯାଇ କର୍ମୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ୫ଟି ର ନାମ କେତେ ପ୍ରଯୁଜ୍ୟ ଏଥିରୁ ସ୍ପଷ୍ଟ ଅନୁମେୟ କରାଯାଇଥିଲା। ସର୍ବଶ୍ରୀ ମଙ୍ଗୁଳି ଚରଣ ବେହେରା, ବାବୁରାମ ଜେନା, ଅଜୟ ଦାସ, ରବିନ୍ଦ୍ର ଆଚାର୍ୟ୍ୟ, ଚିନ୍ମୟ ପ୍ରକାଶ ବେହୁରା, ଜ୍ଞାନଦେବ ବେହୁରା, ଦୀପକ ମହାପାତ୍ର, କୃତ୍ତିବାସ ଦାସ, ଅନାଦି ମଳିକ, ସୁରଜିତ୍ ସାହୁ, ସତ୍ୟରଞ୍ଜନ ସାମଲ, ପର୍ଶୁରାମ ରାଉତରାୟ, ବିଦ୍ୟାଧର ବରାଳ, ଶରତ ରାଉତ, କୈଳାସ ଚନ୍ଦ୍ର ତରାଇ, ହବେଶ ପଲେଇ, ଦର୍ପନାରାୟଣ ସାହୁ, ମାନଗୋବିନ୍ଦ ଦାସ, ନକଳ ଚରଣ ପରିଡ଼ା, ପ୍ରଶାନ୍ତ ସେଠୀ, ରାଜମୋହନ ସ୍ୱାଇଁ, ବିଷ୍ଣୁ ମଳିକ, ନଳିନୀ ପାତ୍ର, ଲକ୍ଷ୍ମିପ୍ରୀୟ ମଲ୍ଲିକ ପ୍ରମୁଖ ନେତୃମଣ୍ଡଳୀ ରାଲିକୁ ସଂଚାରିତ କରୁଥିବା ବେଳେ ଶିଶୁଭବନ ଛକଠାରେ ପୋଲିସ ଗିରଫ କରି ପରେ ଛାଡ଼ିଦେଇଥିଲା। ଦୁର୍ନୀତିର ନିରପେକ୍ଷ ତଦନ୍ତ ନକରାଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରୀଯୁକ୍ତ ଶର୍ମା ଚେତାବନୀ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories