www.samajalive.in
Sunday, December 7, 2025
23.1 C
Bhubaneswar

ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ; ବଡ ଭଉଣୀ ଟାଙ୍ଗିଆ ଚୋଟରେ ସାନ ଭାଇ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ସନ୍ନିକଟ କାଳିଆବେଡା ସାହିରେ ଗତ ରାତି ୯ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜମି ଜମା ଓ ସମ୍ପତ୍ତି ପାଇଁ ବଡ ଭଉଣୀ ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଲହୁଲୁହାଣ କରିଦେଇଛି।

ଖବର ଅନୁଯାୟୀ, ଗ୍ରାମର ସାଗର ମୁଣ୍ଡାଙ୍କ ପୁଅ ଘନଶ୍ୟାମ ମୁଣ୍ଡା(୩୬) ତାଙ୍କ ବଡବାପା ଭୀମ ମୁଣ୍ଡାଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା। ଏହି ବିବାଦ ଗତକାଲି ରାତିରେ ଚରମ ସୀମାରେ ପହଞ୍ଚି ଥିଲା। ଦୁଇ ପରିବାର ମଧ୍ୟରେ ସାମାନ୍ୟ ବଚସା ହେଉ ହେଉ ଏହା ଉଗ୍ରରୂପ ନେଇଥିଲା। ଘନଶ୍ୟାମଙ୍କୁ ତାଙ୍କର ବଡବାପା ଭୀମ ମୁଣ୍ଡାଙ୍କ ଝିଅ ଝୁମୁରି ମୁଣ୍ଡା(୪୦) ଟାଙ୍ଗିଆ ସାହାଯ୍ୟରେ ଅତର୍କିତ ଆକ୍ରମଣ କରିବା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପୁଲିସ୍ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories