www.samajalive.in
Saturday, December 6, 2025
15.1 C
Bhubaneswar

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଅଭିଯୋଗ

ଅନୁଗୁଳ : ଛେଣ୍ଡିପଦା ଅଞ୍ଚଳରେ ବାପାର ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁଅକୁ ସଙ୍ଘବଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଦୁଇ୨ ପରିକ୍ଷା ଆରମ୍ଭ ହୋଇଥିବା ବେଳେ ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ ।

ସୂଚନାଯୋଗ୍ୟ, ଛେଣ୍ଡିପଦା ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଙ୍କଡାଝରଣ ଗ୍ରାମରେ ଗୁରୁବାର ରାତିରେ ଏକ ମେଳା ଅନୁଷ୍ଠିତ ହେଉଥିଲା। ଏହି ମେଳା ଦେଖିବା ପାଇଁ କମ୍ପସଲା ଗ୍ରାମର ସୁଶାନ୍ତ ଦେହୁରୀଙ୍କ ପୁଅ ଜିତୁ(୧୭) ସମ୍ପର୍କୀୟ ପିଉସୀଙ୍କ ଘରକୁ ଆସିଥିଲେ। ତାଙ୍କ ସହିତ ଅନ୍ୟ ଜଣେ ସାଙ୍ଗ ମଧ୍ୟ ଥିଲେ। ତେବେ କଙ୍କଡ଼ାଝରଣ ଗ୍ରାମର କୁତେଇ ସାହୁ, ବିକ୍ରମ ସାହୁଙ୍କ ସମେତ ପ୍ରାୟ ୪ ଜଣ ଯୁବକ ପୂର୍ବ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ଭାବେ ଜିତୁଙ୍କୁ ଆକ୍ରମଣ କରିଥିଲେ। ଏଥିସହ ଜିତୁଙ୍କୁ ଏକ ଗଛରେ ବାନ୍ଧି ମାଡ଼ ମାରିଥିବା ବେଳେ  ଜିତୁର ସାଙ୍ଗ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ଆଶି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏ ନେଇ ଜିତୁଙ୍କ ମା’ସୁଲୋଚନା ଦେହୁରୀ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜିତୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜିତୁଙ୍କ ମୁଣ୍ଡ  ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ  କରିଛି । ଅନ୍ୟପକ୍ଷରେ ଜିତୁ ଯୁକ୍ତ ଦୁଇର ଛାତ୍ର ବୋଲି ଜଣାପଡିଛି । ଯୁକ୍ତ ପରୀକ୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଜିତୁ ଏଭଳି ପରିସ୍ଥିତି ପରକ୍ଷା ଦେଇପାରିବ କି ନାହିଁ ପରିବାରଲୋକ ଚିନ୍ତାରେ ପଡିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories