ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଥାନା ଅନ୍ତର୍ଗତ ଖୋସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟର ଉର୍ଦ୍ଦୁ ଶିକ୍ଷକ ସେକ ସାଦ୍ଦିକଙ୍କୁ ଗୁରୁବାର ସ୍କୁଲ ଯିବା ସମୟରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ସାଦ୍ଦିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ମୁହଁରେ କପଡ଼ା ବାନ୍ଧି ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଆକ୍ରମଣ କରିବା ପରେ ଫେରାର ହୋଇଯାଇଛନ୍ତି।
Popular Categories



