ଗୋପ: ଗୋପ ଥାନା ଅନ୍ତର୍ଗତ ନୟାହାଟ ମହାବିଦ୍ୟାଳୟରେ ଜୈନିକ ଛାତ୍ରଙ୍କ ଭୁଜାଲି ଚୋଟରେ ଜଣେ ଅଧ୍ୟାପକ ଗୁରୁତର ହୋଇଛନ୍ତି । ମହାବିଦ୍ୟାଳୟ ପରିସରରେ ସମ୍ପୃକ୍ତ ଛାତ୍ର ଜଣଙ୍କ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ହଇରାଣ କରିବା ସହ ଆତଙ୍କରାଜ ଚଳାଇଥିଲେ। ମାତ୍ର ଇଂରାଜୀ ଅଧ୍ୟାପକ ରତିକାନ୍ତ ଦାଶ ଏପରି କରିବା ପାଇଁ ବାରଣ କରିଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଛାତ୍ର ଜଣଙ୍କ ବୁଧାବବରେ ଏକ ଭୁଜାଲିରେ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ । ଅଧ୍ୟାପକଙ୍କ ହାତ ଓ ଜଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏହାପରେ ସମ୍ପୃକ୍ତ ଛାତ୍ର ଫେରାର ହୋଇଯାଇଛି । ଅଭଯୁକ୍ତ ଛାତ୍ରର ଘର ନିଆଳିର ବେତଣ୍ଡା ରେ ବୋଲି ଜଣା ପଡିଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ଛାତ୍ରକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।
Popular Categories



