ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ୍ ଥାନା ତୁଳସୀପୁରରେ ଏକ ଏଟିଏମରୁ ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ଇଣ୍ଡିକେଶ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ଏଟିଏମ୍ ତାଡ଼ି ନେଇ ପଳାଇଥିବା ଜଣାପଡ଼ିଛି। ଏଟିଏମରେ କେତେ ଟଙ୍କା ଥିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



