www.samajalive.in
Saturday, December 6, 2025
16.1 C
Bhubaneswar

ରଶି ଲଗାଇ ନବବଧୂଙ୍କ ଆତ୍ମହତ୍ୟା; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ମେଘା ପଞ୍ଚାୟତ ଅଧିନ ଧୁରୁକୁଡିଆ ଗ୍ରାମରେ ଜଣେ ନବବଧୂ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଧୁରୁକୁଡିଆ ଗ୍ରାମର ମୁରଲୀଧର ପତ୍ରୀଙ୍କ ପୁଅ ସଚ୍ଚିଦାନନ୍ଦ ପତ୍ରୀ(୩୩) କଟକ ଵୟାଳିଶ ମୌଜା ରାଉତରାୟପୁର ଅଞ୍ଚଳର ଅନୁସୂୟା ମହାପାତ୍ର ଓରଫ୍ ଗୁଡିଙ୍କୁ ଗତ ୨୦୨୦ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ଏକ ଦେଢ଼ ବର୍ଷର ପୁଅ ମଧ୍ୟ ରହିଛି। ଅପରପକ୍ଷେ, ଏହା ଆତ୍ମହତ୍ୟା ନୁହେଁ, ବରଂ ଅନୁସୂୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।

ମିଳିଥିବା ସୂଚନା ଅନୁସାରେ, ସୋମବାର ଯାତ୍ରା ଦେଖିବାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ମଙ୍ଗଳବାର ସକାଳୁ ଅନୁସୂୟା ଫ୍ୟାନରେ ଏକ ଶାଢ଼ି ବେକରେ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। କିନ୍ତୁ ଅନୁସୂୟାଙ୍କ ମାଆ ପୁଷ୍ପଲତା ମହାପାତ୍ର ତାଙ୍କ ଝିଅକୁ ଶାଶୂଘର ଲୋକେ ହତ୍ୟା କରି ଫ୍ୟାନରେ ଟାଙ୍ଗି ଦେଇଥିବା ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁବାର ଫରେନସିକ ଟିମ୍ ଆସି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କଲା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପୁଲିସ ମୃତ ମହିଳାଙ୍କ ମାଆଙ୍କ ଲିଖିତ ଅଭିଯୋଗ ପାଇବା ପରେ ସ୍ୱାମୀ ସଚ୍ଚିଦାନନ୍ଦଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ବ୍ୟବଛେଦ ରିପୋର୍ଟ ମିଳିବା ପରେ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଠଗଡ଼ ଥାନା ଅଧିକାରୀ ବାମଦେବ ସ୍ଵାଇଁ ସୂଚନା ଦେଇଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories