www.samajalive.in
Saturday, December 6, 2025
26.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ଆଠଗଡ଼: ମୁଣ୍ଡଳୀ-ଆଠଗଡ଼ ରାସ୍ତାର ବେତଖୋଲି ଛକ ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ବେତଖୋଲି ଗ୍ରାମର ଅଭିରାମ ପ୍ରଧାନଙ୍କ ଝିଅ କାନ୍ତିଲତା ପ୍ରଧାନ ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୮ଟା ସମୟରେ କାନ୍ତିଲତା ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇ ଘରକୁ ଫେରିବା ସମୟରେ ଏକ ଅଜଣାଗାଡ଼ି ଧକ୍କା ଦେବାରୁ ସେ ରାସ୍ତା କଡରେ ଛିଟିକି ପଡିଥିଲେ। ଦୁର୍ଘଟଣା ଘଟାଇ ଗାଡିଟି ସେଠାରୁ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା କୁହାଯାଉଛି। ତେବେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଜଣେ ଯୁବତୀ ରାସ୍ତା କଡରେ ପଡିଥିବାର ଦେଖି ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦେଖିବା ପରେ ଝିଅଟି ତାଙ୍କ ଗ୍ରାମର ଅଭିରାମ ପ୍ରଧାନଙ୍କ ଝିଅ କାନ୍ତିଲତା ପ୍ରଧାନ(୩୪) ବୋଲି ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର କାନ୍ତିଲତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଠଗଡ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। କାନ୍ତିଲତା ବେଣ୍ଟପଦାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories