ଦେଶରେ ଲୋକେ ହୃଦ୍ଘାତକୁ ନେଇ ଭୟଭୀତ। ଏଣୁ ଛାତିରେ ଟିକେ ଯନ୍ତ୍ରଣା ଦେଖାଗଲେ ଏମାନେ କେଉଁ ନର୍ସିଂହୋମକୁ ଧାଇଁ ଥା’ନ୍ତି। ରିପୋର୍ଟ ଠିକ୍ ଆସିଲେ ବି ଏମାନଙ୍କ ମନ ବୁଝେ ନାହିଁ। ଏମାନେ ପୁଣି ଆଉ ଏକ ଡାକ୍ତରଙ୍କ ନିକଟକୁ ଯାଇ ଥା’ନ୍ତି। ତେବେ ଛାତିରେ ଦେଖା ଦେଉଥିବା ସମସ୍ତ ଯନ୍ତ୍ରଣା ହୃଦ୍ଘାତ ନୁହେଁ।
ଲୋକମାନେ ହୃଦ୍ଘାତ ନଁା ଶୁଣିଲେ ଭୟ କରନ୍ତି କାହିଁକି ?
ଭାରତୀୟ ଗଣମାଧ୍ୟମ ବିଶେଷକରି ଟିଭି ଏଥିପାଇଁ ମୁଖ୍ୟତଃ ଦାୟୀ। ଟିଭିର ଯେକୌଣସି ଧାରାବାହିକ ହେଉ ବା ବିଜ୍ଞାପନ ସର୍ବଦା ହୃଦ୍ଘାତ ସଂକ୍ରାନ୍ତରେ ମିଥ୍ୟା ଚିତ୍ର ପ୍ରଦର୍ଶନ କରିଥାଏ ା ଏଣୁ ଲୋକଙ୍କ ମନରେ ଏପରି ଏକ ଧାରଣା ରହି ଯାଇଛି। ସାମାନ୍ୟ ଛାତି ଯନ୍ତ୍ରଣା ଦେଖାଗଲେ ଏମାନେ ଡରି ଯାଆନ୍ତି।
କେତେବେଳେ ହୃଦ୍ଘାତ ବୋଲି ସନ୍ଦେହ କରିବା ?
ଯଦି ଆପଣଙ୍କ ବୟସ ୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ବ ଓ ଆପଣ ମଧୁମେହ ରୋଗୀ କିମ୍ବା ଧୂମପାନ କରୁଥାନ୍ତି ଅଥବା ଧୂଆଁପତ୍ର ସେବନ କରୁଥାନ୍ତି ଏବଂ ଆପଣଙ୍କ ଶ୍ବାସକ୍ରିଆ ସ୍ବାଭାବିକ ନୁହେଁ; ଅର୍ଥାତ୍ କଷ୍ଟ ଅନୁଭବ କରୁଥା’ନ୍ତି ତେବେ ଆପଣଙ୍କ ଛାତିରେ ସମସ୍ୟା ଅଛି। ବ୍ୟାୟାମ କଲାବେଳେ ଯଦି କଷ୍ଟ ଅନୁଭବ ହେଉଥାଏ ଏହା ମଧ୍ୟ ଛାତିରେ ସମସ୍ୟାର କାରଣ ବୋଲି ଧରାଯିବ। ଯଦି ଏ ବିଷୟରେ ଆପଣ କିଛି ସନ୍ଦେହ କରନ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍।
ହୃଦ୍ଘାତ କେଉଁମାନଙ୍କ ନିକଟରେ ଦେଖାଯାଏ ନାହିଁ ?
ଯଦି ଆପଣଙ୍କ ବୟସ ୪୦ରୁ କମ୍, ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ନାହିଁ, ଆପଣଙ୍କ ଓଜନ ଅଧିକ ନୁହେଁ, ମଦ୍ୟ ପାନ ଓ ଧୂମପାନ କରନ୍ତି ନାହିଁ ତେବେ ଆପଣଙ୍କୁ ହୃଦ୍ଘାତ ନ ହୋଇପାରେ।
ଛାତି ଯନ୍ତ୍ରଣାର କାରଣ
ଛାତିରେ ସଂକ୍ରମିତ ଜଳ ଜମି ରହିଲେ ଯନ୍ତ୍ରଣା ଦେଖାଦିଏ। ଏହାର ପରିମାଣ ଛାତି ଭିତରେ ଯେତେ ବଢୁଥିବ ଯନ୍ତ୍ରଣା ସେତେ ଅଧିକ ଅନୁଭୂତ ହେବ ା ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସିତ ହେବା ଆବଶ୍ୟକ। ଚିକିତ୍ସାରେ ବିଳମ୍ବ ଘଟିଲେ ହୃଦ୍ଘାତ ଆଶଙ୍କାକୁ ଏଡାଇ ହୁଏ ନାହିଁ। ଶାରୀରିକ କସରତ ନକରିଲେ କିମ୍ବା ପ୍ରତିଦିନ ଅଧିକ ସମୟ ଟିଭି ଅଥବା ଅନ୍ୟ କୋଣସି ଜାଗାରେ ବସି ରହିଲେ ଆମ ମେରୁଦଣ୍ଡର ବେକ ନିକଟ ନମନୀୟ ରହେ ନାହିଁ ା ଧୀରେଧୀରେ ଏହା କଠିନ ହୋଇଯାଏ। ଏହା ମଧ୍ୟ ଦେଇ ଯାଇଥିବା ଶିରାପ୍ରଶିରା ଶିଥିଳ ହୋଇଯାଏ। ଏହାପରେ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଏ।
ଛାତିକୁ ଧରି ରଖିଥିବା ପଞ୍ଜରା ଦୁର୍ବଳ ହେବା ଆଉ ଏକ କାରଣ
ଯୁବ ବର୍ଗ ମଧ୍ୟ ଛାତି ଯନ୍ତ୍ରଣା ଅନୁଭବ କରନ୍ତି। ସାଧାରଣତଃ ଏମାନଙ୍କର ଛାତି ଯନ୍ତ୍ରଣା ହେବା କଥା ନୁହେଁ। ତେବେ ଛାତିକୁ ଧରି ରଖିଥିବା ପଞ୍ଜରା ଯଦି ଦୁର୍ବଳ ଥାଏ ତେବେ ଛାତି ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଯେଉଁମାନେ ଆଦୌ କ୍ଷୀର ପିଅନ୍ତି ନାହିଁ କିମ୍ବା ସାମାନ୍ୟ ପିଇ ଥା’ନ୍ତି ସେମାନଙ୍କଠାରେ ଏହା ଦେଖା ଯାଇଥାଏ। ଶରୀରରେ ଭିଟାମିନ ଡି ଅଭାବ ହେଲେ ଛାତିର ପଞ୍ଜରା ହାଡ଼ ଦୁର୍ବଳ ହୋଇଥାଏ।
ଖାଦ୍ୟନଳୀ ସଂକ୍ରମିତ ହେବା
ଆମ ଦେଶର ଲୋକେ ରାସ୍ତା ପାର୍ଶ୍ବ ଦୋକାନରୁ ପକୋଡ଼ା, ଚାଉମିନ୍, ଚିଲି ଚିକେନ ପରି ଖାଦ୍ୟ କିଣି ଖାଇଥା’ନ୍ତି। ଏଭଳି ଖାଦ୍ୟ ଖାଇବା ଦ୍ବରା ଆମ ଖାଦ୍ୟ ନଳୀ ଦୂଷିତ ହୋଇ ଯାଇଥାଏ। ଦୀର୍ଘଦିନ ଧରି ଏପରି ଖାଦ୍ୟ ଖାଇଲେ କଷ୍ଟ ଅନୁଭବ ହୁଏ। ଛାତି ନିକଟ ଦେଇ ଖାଦ୍ୟନଳୀ ଯାଇଛି ା ତେଣୁ ଖାଦ୍ୟନଳୀ ଯଦି ସଂକ୍ରମିତ ହୁଏ ତେବେ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ା ଖାଇଲା ବେଳେ ଯଦି ଛାତିରେ ବାରମ୍ବାର ଅଟକି ଯାଉଥାଏ କିମ୍ବା ବ୍ୟକ୍ତି ଜଣକ ମଦ୍ୟପାନ କରୁଥାନ୍ତି ତେବେ ଖାଦ୍ୟନଳୀ ବିଗିଡ଼ିଯିବା ସ୍ବାଭାବିକ ା ପେଟରେ ଗ୍ୟାସ ହୋଇଥିବା ଭାବି କେତେଜଣ ଗ୍ୟାସ ଔଷଧ ଖାଇ ଥା’ନ୍ତି। ତେବେ ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
-ଡ. କେ. କେ ପାଣ୍ଡେ, ଛାତିରୋଗ ବିଶେଷଜ୍ଞ,
ଇନ୍ଦ୍ରପ୍ରସ୍ଥ ଆପୋଲୋ ଡାକ୍ତରଖାନା, ମଥୁରା ରୋଡ଼, ନୂଆଦିଲ୍ଲୀ
ମୋବାଇଲ ନଂ: ୯୯୧୧୧୧୪୦୮୧
ଇମେଲ: drpandeykk@gmail.com



