www.samajalive.in
Monday, December 8, 2025
14.1 C
Bhubaneswar

ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼

ଆଠଗଡ : ଶୀତଳଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମା ମାଡ ଭଳି ଅଭାବନୀୟ ଘଟଣା ମେଘା ଗ୍ରମରେ ଘଟିଥିବା ଜଣାପଡିଛି ।  ଆଠଗଡ ଥାନା ଅନ୍ତର୍ଗତ ମେଘା ଗ୍ରାମରେ ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଶୋଭାଯାତ୍ରା ଚାଲିଥିବାବେଳେ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଦଦଳା ଘଟଣାରୁ ଉତ୍ତେଜନା ପ୍ରକାଶ ପାଇବା ସହ ବାଡିଆପିଟାରେ ୪ରୁ ଅଧିକ ଲୋକ ଆହତ ହୋଇଥିଲେ ।  ତେବେ ଏହି ଗୋଷ୍ଠୀ ସଂଘର୍ଷ ସମୟରେ ଦୁଇ ଗୋଷ୍ଠୀ ଲୋକଙ୍କ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ରହିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାରୁ ପ୍ରକାଶ। ଏଭଳି ମୁହାଁମୁହିଁ ଅବସ୍ଥାରେ ଉଭୟ ଗୋଷ୍ଠୀ ରହିଥିବାବେଳେ ଗୁରୁବାର ମେଘା ତଳସାହି କୋଠଘର ସମ୍ମୁଖରେ ବୋମା ମାଡ଼ ହୋଇଥିବା ଗ୍ରାମବାସୀ କହୁଥିବାବେଳେ ପୁଲିସ କିନ୍ତୁ ତାହା ବାଣ ବୋଲି କହୁଛି । ଖବର ପାଇବା ପରେ ଆଠଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ତେବେ ଏହି ବୋମାମାଡ଼ରେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ଥାନା ପକ୍ଷରୁ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଠଗଡ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଜଣାପଡିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories