www.samajalive.in
Monday, December 15, 2025
16.1 C
Bhubaneswar

ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼

ଆଠଗଡ : ଶୀତଳଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମା ମାଡ ଭଳି ଅଭାବନୀୟ ଘଟଣା ମେଘା ଗ୍ରମରେ ଘଟିଥିବା ଜଣାପଡିଛି ।  ଆଠଗଡ ଥାନା ଅନ୍ତର୍ଗତ ମେଘା ଗ୍ରାମରେ ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଶୋଭାଯାତ୍ରା ଚାଲିଥିବାବେଳେ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଦଦଳା ଘଟଣାରୁ ଉତ୍ତେଜନା ପ୍ରକାଶ ପାଇବା ସହ ବାଡିଆପିଟାରେ ୪ରୁ ଅଧିକ ଲୋକ ଆହତ ହୋଇଥିଲେ ।  ତେବେ ଏହି ଗୋଷ୍ଠୀ ସଂଘର୍ଷ ସମୟରେ ଦୁଇ ଗୋଷ୍ଠୀ ଲୋକଙ୍କ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ରହିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାରୁ ପ୍ରକାଶ। ଏଭଳି ମୁହାଁମୁହିଁ ଅବସ୍ଥାରେ ଉଭୟ ଗୋଷ୍ଠୀ ରହିଥିବାବେଳେ ଗୁରୁବାର ମେଘା ତଳସାହି କୋଠଘର ସମ୍ମୁଖରେ ବୋମା ମାଡ଼ ହୋଇଥିବା ଗ୍ରାମବାସୀ କହୁଥିବାବେଳେ ପୁଲିସ କିନ୍ତୁ ତାହା ବାଣ ବୋଲି କହୁଛି । ଖବର ପାଇବା ପରେ ଆଠଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ତେବେ ଏହି ବୋମାମାଡ଼ରେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ଥାନା ପକ୍ଷରୁ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଠଗଡ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଜଣାପଡିଛି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories