www.samajalive.in
Tuesday, December 9, 2025
16.1 C
Bhubaneswar

ଦର୍ଶନପୁର-ଆଙ୍କୁଲା ରାସ୍ତା ପାଲଟିଛି ମରଣଯନ୍ତା

ଆଠଗଡ  : ଆଠଗଡ ସହରଠାରୁ ମାତ୍ର ୪କିମି ଦୂରରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଦର୍ଶନପୁର-ଆଙ୍କୁଲା-ନଡୁଆପଡା ରାସ୍ତାଟି ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ପାଲଟି ଯାଇଛି। ପ୍ରାୟ ୨୦ବର୍ଷ ପୂର୍ବରୁ ଉକ୍ତ ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବ ଏବଂ ଦୀର୍ଘଦିନ ହେବ ନବୀକରଣ କରାଯାଇନଥିବାରୁ ସେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଆଠଗଡ -ନରସିଂହପୁର ୬୫ନଂ ରାଜ୍ୟରାଜପଥକୁ ଆଙ୍କୁଲା ନିକଟରେ ଯାଇଥିବା ପୁରୁଣା କଟକ- ସମ୍ବଲପୁର ପୂର୍ତ୍ତବିଭାଗ ରାସ୍ତାକୁ ଏହି ଦର୍ଶନପୁର ଆଙ୍କୁଲା ରାସ୍ତା ସଂଯୋଗୀ ରାସ୍ତାଭାବେ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ବଡମ୍ବା, ତିଗିରିଆ, ବାଙ୍କୀ, ଖୋର୍ଦ୍ଧା ଆଦି ଅଞ୍ଚଳରୁ ଡେଙ୍କାନାଳ, ଅନୁଗୋଳ, ତାଲଚେର ଓ ସମ୍ବଲପୁର ଆଦି ଅଞ୍ଚଳକୁ ଯିବା ପାଇଁ ଏହି ରାସ୍ତା ଯାନବାହାନ ପାଇଁ ବେଶ ସହାୟକ ଓ ସ୍ୱଳ୍ପ ଦୂରତା ହୋଇଥାଏ। ତେବେ ଏହି ରାସ୍ତାରେ ଏବେ ପ୍ରତିଦିନ ୧୦୦ରୁ ଅଧିକ ୧୦ ଚକିଆ ବାଲି ବୋଝେଇ ହାଇୱା ଟ୍ରକ୍ ଯାତାୟତ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରାୟ ୨କିମି ଏହି ରାସ୍ତାଟି ଏବେ ବଡ ବଡ ଖାଲ ଖମାରେ ପରିପୂର୍ଣ୍ଣ ହୋଇଥିବାବେଳେ ସେଥିରେ ବର୍ଷାଜଳ ଭରି ହୋଇ ରହୁଥିବାରୁ ଅନେକ ସମୟରେ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଯେବେବି ଏହି ରାସ୍ତାର ମରାମତି ପାଇଁ ଆସୁଥିବା ଅର୍ଥରୁ ଠିକ୍ ଭାବରେ କାମ ହେଉନାହିଁ ବୋଲି ଆଙ୍କୁଲା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାର ଅବସ୍ଥା ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୋମନାଥ ପରିଡାଙ୍କ ପ୍ରତିକ୍ରିୟା ପଚାରିବାରୁ ସେ ଶୀଘ୍ର ଏହି ରାସ୍ତାର ମରାମତି କରାଯିବ ବୋଲି କହିବା ସହ ଉକ୍ତ ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଏହି ରାସ୍ତାର ନବୀକରଣ କାର୍ଯ୍ୟ ତୁରନ୍ତ କରିବା ଲାଗି ଆଙ୍କୁଲା ଗ୍ରାମବାସୀ ଦାବି କରିଛନ୍ତି।

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories