www.samajalive.in
Saturday, December 13, 2025
26.1 C
Bhubaneswar

ବାଇକ୍ ଡିକି ଭାଙ୍ଗି ଲୁଟି ନେଲେ ୨.୮୦ ଲକ୍ଷ ଟଙ୍କା

ଆଠଗଡ: ସ୍ପଷ୍ଟ ଦିବାଲୋକରେ ଆଠଗଡ ସହରର ଅଶୋକନଗର ଅଞ୍ଚଳର ଜଣେ ବ୍ଯବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ଦୁର୍ବୃତ୍ତ ୨.୮୦ ଲକ୍ଷ ଟଙ୍କା ଲୁଟ କରିଦେଇଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଅଶୋକନଗର ଅଞ୍ଚଳରେ ରହୁଥିବା ପ୍ରଶାନ୍ତ କୁମାର ସ୍ବାଇଁ(ମୁନା) ନାମକ ଜଣେ ବ୍ଯବସାୟୀ ଭାରତ ମସଲା, ଖାଇବା ତେଲ ଓ ଅନ୍ୟ କିଛି ସାମଗ୍ରୀର ପାଇକାରୀ (ହୋଲସେଲ) ବ୍ୟବସାୟ କରନ୍ତି। ମଙ୍ଗଳବାର ସେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଓ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ଗ୍ରାମ ସମେତ ସେହି ପୁରୁଣା କଟକ-ସମ୍ବଲପୁର ରାସ୍ତାର ବିଭିନ୍ନ ବଜାରରୁ ବକେୟା ଅର୍ଥ ଆଦାୟ କରି ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କା ନିଜ ବାଇକ୍ ଡିକିରେ ରଖି ଆଠଗଡ ଆସିଥିଲେ ।
ଅପରାହ୍ନ ପ୍ରାୟ ୪ ଟା ବେଳେ ଅଶୋକନଗରସ୍ଥିତ ନିଜ ଘର ସମ୍ମୁଖରେ ବାଇକ୍ ରଖି ଘର ଭିତରକୁ ମାତ୍ର ୫ ମିନିଟ ପାଇଁ ଯାଇ ଆସିବା ମଧ୍ୟରେ ଡିକି ଭଙ୍ଗାଯାଇ ଟଙ୍କା ଲୁଟ ହୋଇଯାଇଥିବା ଦେଖିଥିଲେ । ଦୁଇଜଣ ଯୁବକ ଅନ୍ୟ ଏକ ହୋଣ୍ଡା ବାଇକରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟ କରି ସେଠାରୁ ଦୃତ ଗତିରେ ଫେରାର ହୋଇଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି।
ଏ ସମ୍ପର୍କରେ ଆଠଗଡ ଥାନାରେ ଲିଖିତ ଏତଲା ଦେଇନଥିଲେ ମଧ୍ୟ ପ୍ରଶାନ୍ତ ତୁରନ୍ତ ପୁଲିସକୁ ଜଣାଇଥିଲେ। ଦୁର୍ବୃତ୍ତ ତାଙ୍କୁ ଭାପୁର ଆଡୁ ପିଛାକରି ଆସି ଏହି ଲୁଟ କରିଥିବା ସନ୍ଦେହରେ ଆଠଗଡ ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଉପନିରୀକ୍ଷକ ବିଶ୍ଵଜିତ ଜେନା ସଦଳବଳେ ଭାପୁର ଅଞ୍ଚଳ ପର୍ଯ୍ୟନ୍ତ ଯାଇ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ରେକର୍ଡିଙ୍ଗ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ କୌଣସି ସୁରାକ ମିଳିନଥିଲେ ମଧ୍ଯ ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଆଇଆଇସି ଶ୍ରୀ ମୁଦୁଲି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories