www.samajalive.in
Monday, December 15, 2025
15.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ପାଠଚକ୍ର

ଆଠଗଡ: ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଇଂରାଜୀ ଓ ଇତିହାସ ବିଭାଗର ମିଳିତ ଆୟୋଜନରେ ଏକ ଆନ୍ତଃବିଭାଗୀୟ ପାଠଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପାଠଚକ୍ରରେ ଇଂରାଜୀ ବିଷୟ ବିଶେଷଜ୍ଞ ବକ୍ତା ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସହଯୋଗୀ ପ୍ରଫେସର ଡଃ ଖଗେନ୍ଦ୍ର ସେଠୀ ଯୋଗଦେଇ ଉତ୍ତର ଉପନିବେଷବାଦ ଓ ଭାରତୀୟ ଇଂରାଜୀ ସାହିତ୍ୟ ଉପରେ ଏହାର ପ୍ରଭାବ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ନୂଆଦିଲ୍ଲୀସ୍ଥିତ ଇତିହାସ ଗବେଷଣା ସଂସ୍ଥାର ବରିଷ୍ଠ ଗବେଷକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ହରିହର ପଣ୍ଡା ଉପନିବେଷବାଦୀ ବିରୋଧି ସଂଗ୍ରାମରେ ଓଡିଶାର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ପ୍ରସଙ୍ଗରେ ବିସ୍ତୃତ ଆଲୋକପାତ କରିଥିଲେ।

ଇଂରାଜୀ ବିଭାଗୀୟ ମୁଖ୍ୟ ଦେବାଶିଷ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଇତିହାସ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଦମୟନ୍ତୀ ପରିଡା ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ଏବଂ ଅଧ୍ୟାପିକା ସସ୍ମିତା ଖାଲକୋ ପାଠଚକ୍ର ସଂଯୋଜନା କରିଥିଲେ। ଆଲୋଚ୍ୟ ପ୍ରସଙ୍ଗ ଉପରେ ପ୍ରାଧ୍ୟାପକ ପ୍ରତାପ କେଶରୀ ଖାଟୋଇ, ଦେବେଶ ନନ୍ଦନ ରଥ ପ୍ରମୁଖ ନିଜର ଅଭିମତ ରଖିଥିଲେ। ଅଧ୍ୟାପିକା ଦେବଶ୍ରୀତା ମିଶ୍ର, ଛାୟା ମହାପାତ୍ର, ଡଃ ଗାୟତ୍ରୀ ତ୍ରିପାଠୀ, ଅଧ୍ୟାପକ ପ୍ରଣବ କୁମାର ଦାସ, ସୌମ୍ୟକାନ୍ତ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପାଠଚକ୍ର ସଂଯୋଜକ ଡଃ ଗୌତମବୁଦ୍ଧ ସୀତାରାମ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories