www.samajalive.in
Monday, December 15, 2025
14.1 C
Bhubaneswar

କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ

ଆଠଗଡ: ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାର କୃଷି କ୍ଷେତ୍ର ଓ କୃଷକର ବିକାଶ ପାଇଁ ସମର୍ପିତ ଓ ସଂକଳ୍ପବଦ୍ଧ ବୋଲି ଆଠଗଡ ମହୋତ୍ସବ ପଡିଆରେ ଗୁରୁବାର ଆୟୋଜିତ ୩ଦିନିଆ କୃଷି ଯାନ୍ତ୍ରିକ ମେଳାକୁ ଉଦ୍‍ଘାଟନ କରି ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ମତ୍ସ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଥିଲେ। ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଜ୍ଞାନିକ ପ୍ରଣାଳୀ ଓ ବୈଷୟିକ ଜ୍ଞାନ କୌଶଳ ଉପଯୋଗ ଦ୍ୱାରା କୃଷି ଉତ୍ପାଦ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କୃଷକମାନଙ୍କର ବିଶେଷ କରି ମହିଳା ଚାଷୀଙ୍କର ଶ୍ରମ ଲାଘବ ହେବା ସହ ଅର୍ଥ ବି ବଞ୍ଚିବ। ସେଥିପାଇଁ ରାଜ୍ୟର କୃଷକମାନେ କିପରି ଅଧିକରୁ ଅଧିକ କୃଷି ଯନ୍ତ୍ରପାତିର ବ୍ୟବହାର କରିବେ ସେଥିପାଇଁ ବ୍ୟାପକ ପ୍ରୋତ୍ସାହନ ଓ ରିଆତି ପ୍ରଦାନ କରାଯିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହିଭଳି କୃଷି ଯାନ୍ତ୍ରିକ ମେଳା ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ।

ରାଜ୍ୟରେ କୃଷକଙ୍କ ବିକାଶ ଓ କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ସରକାରଙ୍କ ଉଦ୍ୟମ ଦ୍ୱାରା କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ଧାନ ଉତ୍ପାଦନ କ୍ଷେତ୍ରରେ ଓଡିଶା ୪ର୍ଥ ସ୍ଥାନରେ ରହିଥିବାବେଳେ ଆମ ରାଜ୍ୟରୁ ୬ଟି ରାଜ୍ୟକୁ ଚାଉଳ ଓ ଅନ୍ୟ ଶସ୍ୟ ରପ୍ତାନୀ କରାଯାଉଛି। ଏହା ଆମ ରାଜ୍ୟର ଚାଷୀମାନଙ୍କର ହାଡଭଙ୍ଗା ପରିଶ୍ରମ ଏବଂ ସରକାରଙ୍କର ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଓ ସଂକଳ୍ପ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ କହିଥିଲେ। ବିଗତବର୍ଷ ରାଜ୍ୟରେ ୮୯୦କୋଟି ଟଙ୍କା ମୂଲ୍ୟର କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିବାବେଳେ ଚାଷୀମାନଙ୍କୁ ୩୨୦କୋଟି ଟଙ୍କାର ରିଆତି ମିଳିଛି।

- Advertisement -

ଚଳିତବର୍ଷ ଅଦ୍ୟାବଧି କୃଷି ଯନ୍ତ୍ରପାତି ବିକ୍ରୟ ୬୨୦କୋଟି ଟଙ୍କା ହୋଇଥିବାବେଳେ ଏହା ବର୍ଷ ଶେଷ ସୁଦ୍ଧା ୧୦୦୦କୋଟି ଟପିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଥିଲେ। ଦେଶର ଅର୍ଥନୈତିକ ବିକାଶ କୃଷି ଉତ୍ପାଦନ ଉପରେ ନିର୍ଭରଶୀଳ ହୋଇଥିବାରୁ କୃଷିକ୍ଷେତ୍ର ଓ କୃଷି ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଦାମ ଚରଣ ନାୟକ, କୃଷି ଯାନ୍ତ୍ରିକ ବିଭାଗ ମୁଖ୍ୟଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର, ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଜୟନ୍ତ କୁମାର ନାୟକ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଭୂରଞ୍ଜନ ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଇତିଶ୍ରୀ ରଥ, କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବବ୍ରତ ଦାସମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା, ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା, ପ୍ରମୁଖ ଯୋଗଦେଇ ଚାଷୀମାନେ ପାରମ୍ପରିକ ଚାଷ ସହିତ ଗୋପାଳନ, କୁକୁଡା ପାଳନ, ଛେଳି ଓ ମେଣ୍ଡା ଚାଷ, ମାଛ ଚାଷ, ମାଣ୍ଡିଆ, ଫୁଲ, ଫଳ ଓ ପନିପରିବା ଚାଷ ଆଦି ଚାଷକରି ଆର୍ôଥକ ସ୍ୱାବଲମ୍ବୀ ହେବାଲାଗି ପରାମର୍ଶ ଦେଇଥିଲେ।

ତିଗିରିଆ ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ସହକାରୀ କୃଷି ଅଧିକାରୀ ଦେବୀପ୍ରସାଦ ପୃଷ୍ଟି, ରାକେଶ କୁମାର ରାଉତ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ସିଂହ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ, ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶୁଭଶ୍ରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଠଗଡ କୃଷି ଜିଲା ଅଧିକାରୀ ପର୍ଶୁରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୃଷି ଅଧିକାରୀ କୁଳମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories