www.samajalive.in
Sunday, December 14, 2025
19.1 C
Bhubaneswar

ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଧାନବାଦକୁ ପରାସ୍ତ କରି ହରିୟାଣା ଚମ୍ପିୟାନ

ଆଠଗଡ: ଆଠଗଡ଼ ଭଲିବଲ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ଝୁଲଣ ପଡିଆଠାରେ ଚାଲିଥିବା ଦୁଇଦିନିଆ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ଏଥିରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ପ୍ରମୁଖ ଦଳ ଗୁଡିକ ହେଲା ପାରାଦୀପ ପୋର୍ଟ, ଟାଟା ଷ୍ଟିଲ , ଧାନବାଦ ରେଳବାଇ, ହରିୟାଣା ଦଳ ମଧ୍ୟରେ ଯୋରଦାର ମୁକାବିଲା ହୋଇଥିଲା । ଶେଷରେ ଫାଇନାଲ ମ୍ୟାଚ ଧାନବାଦ ରେଳବାଇ ଓ ହରିୟାଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଲଢାଇ ପରେ ୨-୧ ସେଟରେ ହରିୟାଣା ଧାନବାଦକୁ ପରାସ୍ତ କରି ଚାମ୍ପିୟନ ଓ ଧାନବାଦ ରନର୍ରସପ ଆଖ୍ୟା ଅର୍ଜନ କରିଥିଲେ । ‌ଚମ୍ପିୟାନ ଦଳକୁକୁ ୪୦ ହଜାର ଟଙ୍କା ରନର୍ରସପ୍ ଦଳକୁ ୩୫ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇନଜୀବୀ ଫଣୀଭୂଷଣ ରଥ ଯୋଗ ଦେଇଥିବାବେଳେ ଉଦଯାପନୀ ଉତ୍ସବରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା ଓ ପ୍ରାକ୍ତନ ଭଲିବଲ ଖେଳାଳି ଶିଶିକାନ୍ତ ସାମନ୍ତ ଯୋଗଦେଇ ଚମ୍ପିୟାନ ଓ ରନର୍ରସପ୍ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ।

- Advertisement -

ଆଠଗଡ ଭଲିବଲ ଆସୋସିଏସନର ସଭାପତି ଅରୁଣ ଦାସ, ସଂପାଦକ ପ୍ରଦୀପ କୁମାର ମହାପାତ୍ର, ପ୍ରଦୀପ କୁମାର ଦାସ, ଗଗନ ରଞ୍ଜନ ଦାସ ମଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସଭ୍ଯମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories