ଫୁଲବାଣୀ:ମାନସିକ ଅନଗ୍ରସରତଥା ଭିନ୍ନକ୍ଷମ ପୁଅର ମୃତ୍ୟୁ ପରେ ସରକାରୀ ସହାୟତା ରାଶିକୁ ଫେରାଇଦେଇଛନ୍ତି ବାପା ଶିବ ପ୍ରସାଦ ବିଶ୍ୱାଳ। ଶ୍ରୀ ବିଶ୍ୱାଳଙ୍କ ପୁଅ ଶତପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ୭ଶହ ଟଙ୍କା ଲେଖାଏଁ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମିଳୁଥିଲା। ଏଥିସହ ଖାଦ୍ୟ ସୁରକ୍ଷା ଆଇନ ପ୍ରକାରେ ମାସକୁ ୫ କେଜି ଚାଉଳ ମଧ୍ୟ ମିଳୁଥିଲା।
ତେବେ ପୁଅର ମୃତ୍ୟୁପରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଅସିଯାଇଥିବାରୁ ସେ ଏହି ଅର୍ଥ ରାଶିକୁ ଚେକ ମାଧ୍ୟମରେ ପୌର କାର୍ୟ୍ୟାଳୟ ରେ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କୁ ଫେରାଇଦେଇ ନିଜେ ଏକ ଦାୟିତ୍ୱବାନ ନାଗରିକର ପରିଚୟ ସୃଷ୍ଟିସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ମୃତ୍ୟୁ ପରେ ଅନେକ ସମୟରେ ଜାଣ ରେ ହେଉ ଅଜାଣତରେ ପରିବାର ଲୋକେ ଖବର କରୁନାହାନ୍ତି, ଫଳରେ ଅନ୍ୟ ହିତାଧିକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିବା ସହ ଶ୍ରୀ ବିଶ୍ୱାଳ ଙ୍କ ପରି ସଠିକ ସମୟରେ ବିଭାଗକୁ ଖବର ଜଣାଇଲେ ଅନ୍ୟ ମାନେ ଏହାର ସୁଯୋଗ ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି।



