ବିଜେଡି ନଗରପାଳ ପ୍ରାର୍ଥୀନୀଙ୍କ ଜୋରଦାର ପ୍ରଚାର

ଆଠଗଡ:ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ପଦବୀଟି ଚଳିତ ଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏଥର ନଗରପାଳ ପଦବୀ ଲାଗି ସିଧାସଳଖ ଭୋଟରମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନଗରପାଳ ନିର୍ବାଚିତ ହେବେ। ଆଠଗଡ ଏନଏସିରେ ୫ଜଣ ପ୍ରାର୍ଥୀନୀ ନଗରପାଳ ପଦବୀ ଲାଗି ପ୍ରତିଦ୍ୱନ୍ଦିତା କରୁଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଛଡା ୨ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମଇଦାନରେ ରହିଛନ୍ତି। ଆସନ୍ତା ମଙ୍ଗଳବାର ୧୪ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିବସ ଥିବାରୁ କିଏ ନାମାଙ୍କନ ପ୍ରତ୍ୟାହାର କରୁଛନ୍ତି ନା ନାହିଁ ତାହା ଆସନ୍ତା କାଲି ସ୍ପଷ୍ଟ ହେବ। ତେବେ ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଥିବାବେଳେ ଶାସକ ବିଜେଡି ଦଳ ପ୍ରଚାର କ୍ଷେତ୍ରରେ ଆଗୁଆ ରହିଛି। ଦଳର ପ୍ରାର୍ଥୀନୀ ସସ୍ମିତା ରାଉତ ବିଭିନ୍ନ ୱାର୍ଡରେ ଦଳୀୟ ପାରିଷଦ ପ୍ରାର୍ଥୀ ଏବଂ ଛାମୁଆ ନେତା ଓ କର୍ମୀଙ୍କୁ ଧରି ପ୍ରଚାର ଚଳାଇଛନ୍ତି।

 

prayash

ଆସନ୍ତା ୧୫ତାରିଖ ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବାହାରିବେ ବୋଲି ସୂଚନା ମିଳୁଛି। ବିଜେଡି ନଗରପାଳ ପ୍ରାର୍ଥୀନୀ ଶ୍ରୀମତୀ ରାଉତ ଇତିମଧ୍ୟରେ ୨ନଂ, ୩ନଂ, ୬ନଂ, ୧୫ନଂ ଏବଂ କନ୍ତୋଲ ଅଞ୍ଚଳର ୧୦, ୧୧, ୧୨ ଓ ୧୭ନଂ ୱାର୍ଡରେ ଦଳୀୟ ପାରିଷଦ ପ୍ରାର୍ଥୀଙ୍କ ସହିତ ଘରକୁ ଘର ବୁଲି ସମର୍ଥନ ଭିକ୍ଷା କରିଛନ୍ତି। ତାଙ୍କ ସହିତ ବିଜେଡି ବ୍ଲକ ସଭାପତି ରବିନ୍ଦ୍ରନାଥ ରାଉତ, ନଗର ସଭାପତି ଶିଶିର ପ୍ରସାଦ ମାନସିଂହ, ନଗର ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତା, ଉପସଭାପତି ସୁଷମା ପରିଡା, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ସୁଚିତ୍ରା ସାହୁ ଓ ରମେଶଚନ୍ଦ୍ର ଘଢାଇ, ଜିଲା ବିଜେଡି ସଂପାଦକ ପ୍ରଦୀପ୍ତ ଦାସ, ପ୍ରକାଶ ରାଉତ, ଶିବଶଙ୍କର ଜେନା, ସୁଧାଂଶୁ ଦଳାଇ, ପୂର୍ବତନ ଉପନଗରପାଳ ଲଳିତମୋହନ ନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ପ୍ରଚାର ଚଳାଇଛନ୍ତି। ପୂର୍ବରୁ ଯେହେତୁ ଶାସକ ଦଳ ୪ଥର ଆଠଗଡ ଏନଏସିର ପାରିଷଦ ଦଖଲ କରିଥିଲା, ବିଜେଡି ଚଳିତଥର ମଧ୍ୟ ତାର ପୁନରାବୃତ୍ତି ଘଟାଇବ ବୋଲି ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି।

kalyan agarbati

Comments are closed.