www.samajalive.in
Friday, December 12, 2025
16.1 C
Bhubaneswar

ଅବକାରୀ ଚଢାଉ, ୨୬୦ଲିଟର ମଦ ଓ ୩୫୫୦ଲିଟର ପୋଚ ଜବତ

ଆଠଗଡ଼/ଗୁରୁଡ଼ିଝାଟିଆ: ଆଠଗଡ଼ ଅବକାରୀ ଏବଂ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ମିଳିତ ଭାବେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମଠନଳା ଓ ହାତୀତୋପ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ବଡ ବଡ ଗାତ ଖୋଲି ଶତାଧିକ ପ୍ଲାଷ୍ଟିକ ଜାରିକିନରେ ଲୁଚାଇ ରଖାଯାଇଥିବା ୩୫୫୦ଲିଟର ପୋଚ ଏବଂ ଚାଲାଣ ପାଇଁ ରଖାଯାଇଥିବା ୨୬୦ଲିଟର ସଦ୍ୟପ୍ରସ୍ତୁତ ଦେଶୀମଦ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ଅନତି ଦୂରରୁ ଏକାଧିକ ଗାଡି ସଂରକ୍ଷିତ ଜଙ୍ଗଲ ଅଭିମୁଖେ ଯାଉଥିବା ଦେଖି ମଦ ମାଫିଆ ଚମ୍ପଟ ମାରିଥିବାରୁ କାହିରିକୁ ଗିରଫ କରାଯାଇ ପାରିନଥିଲା। ଆଠଗଡ଼ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, କଟକ ଜିଲ୍ଲା ୨ନଂ ଭ୍ରାମ୍ୟମାଣ ଅବକାରୀ ଦଳର ନିରୀକ୍ଷକ ସଂଜୀତ ବାର୍ଲା, ଆଠଗଡ଼ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ ଏବଂ ନରସିଂହପୁର ଅବକାରୀ ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories