www.samajalive.in
Saturday, December 13, 2025
21.1 C
Bhubaneswar

ବୃତ୍ତି ପରୀକ୍ଷାର ଟପ୍ପର ହୋଇଥିବା ଦିବ୍ୟାଙ୍ଗ ଛାତ୍ର ସମ୍ମାନିତ

ଆଠଗଡ଼: ଆଠଗଡ଼ ବ୍ଲକରେ ଚଳିତ ବର୍ଷ ୫ମ ବୃତ୍ତି ପରୀକ୍ଷାରେ ବ୍ଲକସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ରାସରସିକପୁର ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟି ବାଧିତ ଛାତ୍ର ସତ୍ୟପ୍ରକାଶ ମହାପାତ୍ରଙ୍କୁ ଗୁରୁବାର ସମ୍ମାନିତ କରି ଉତ୍ସାହିତ କରାଯାଇଛି। ରାସରସିକପୁର ସ୍କୁଲର ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଆଠଗଡ଼ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିରନ୍ତର କଠିନ ଅଧ୍ୟବସାୟ ଓ ଏକାଗ୍ରତା ବଳରେ ଜଣେ କିପରି ଶୀର୍ଷ ସ୍ଥାନରେ ପହଞ୍ଚି ଥାଏ ତାର ଉଦାହରଣ ସୃଷ୍ଟି କରିଛନ୍ତି ଦିବ୍ୟାଙ୍ଗ ଛାତ୍ର ସତ୍ୟପ୍ରକାଶ ମହାପାତ୍ର ବୋଲି ପ୍ରକାଶ କରିଥିଲେ। ସତ୍ୟପ୍ରକାଶ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପ୍ରେରଣାର ଉତ୍ସ ବୋଲି ସେ କହିବା ସହିତ ସତ୍ୟପ୍ରକାଶଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଣେ ଦୃଷ୍ଟିବାଧିତ ଛାତ୍ର ହୋଇ ନିଜର ଏକାଗ୍ରତା ଓ ଦୃଢ ଇଚ୍ଛାଶକ୍ତି ବଳରେ ସତ୍ୟପ୍ରକାଶ ଶିର୍ଷକୁ ଉଠିପାରିଛନ୍ତି ବୋଲି ମତବ୍ୟକ୍ତ କରି ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଶିବଶଙ୍କର ଜେନାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଦୁଇ ଅତିଥି ସତ୍ୟପ୍ରକାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷକ ଶଶଧର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅନ୍ୟତମ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories