ଆଠଗଡ଼/ଗୁରୁଡ଼ିଝାଟିଆ: ରୋଷେଇ କରିବା ସମୟରେ କିରୋସିନି ଷ୍ଟୋଭ ଫାଟି ଜଣେ ମହିଳା ଗୁରୁତର ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥବା ଜଣାପଡ଼ିଛି। ଘଟଣାର ବିବରଣୀରୁ ପ୍ରକାଶ ଖୁଣ୍ଟୁଣୀ ଥାନା ଅଧିନ ରାଧାକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ କାଳିମାଟି ଗ୍ରାମର ଜଟିଆ ସିଦ୍ଧୁଙ୍କ ପତ୍ନୀ ଚମାନୁ ସିଦ୍ଧୁ ଅପରାହ୍ନରେ ରୋଷେଇ କରିବା ସମୟରେ କୌଣସି କାରଣ ବଶତଃ ଷ୍ଟୋଭଟି ଫାଟି ଯିବାରୁ ଚମାନୁ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରୋଗୀବୁହା ଯାନରେ ଆଠଗଡ଼ ଡାକ୍ତରଖାନା ଆଣିବା ପରେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଶରୀରର ୮୦-୯୦ଭାଗ ପୋଡିଯାଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କାରଣଙ୍କୁ କର୍ତ୍ତବ୍ୟରତ ଡାକ୍ତର ଆଶୁତୋଷ ମିଶ୍ର ତାଙ୍କୁ କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ।
Popular Categories



