www.samajalive.in
Sunday, December 7, 2025
18.1 C
Bhubaneswar

ମହିଳା ଡିଗ୍ରୀ କଲେଜରେ ବିଶ୍ୱ ଶୌଚାଳୟ ଦିବସ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଶୁକ୍ରବାର ବିଶ୍ୱ ଶୌଚାଳୟ ଦିବସ ଅବସରରେ ଯୁବରେଡକ୍ରସ ପକ୍ଷରୁ ସଚେତନତା ସଭା ଆୟୋଜିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଏଥିରେ ପୌରୋହିତ୍ୟ କରି ଶୌଚାଳୟ ବ୍ୟବହାରର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିବା ସହ କଲେଜର ଛାତ୍ରୀମାନେ ଏ ଦିଗରେ ଜନସଚେତନତା ସୃଷ୍ଟି କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଆଠଗଡ ଏନଏସିର ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଯୋଗଦେଇ ବାହ୍ୟ ମଳତ୍ୟାଗ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ସଂପର୍କରେ ଆଲୋକପାତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଲୋକମାନଙ୍କୁ ଶୌଚାଳୟ ନିର୍ମାଣ ପାଇଁ ଦିଆଯାଉଥିବା ସହାୟତା ସଂପର୍କରେ ସୂଚନା ଦେଇଥିଲେ।

ଆଠଗଡ ସହରାଞ୍ଚଳରେ ପ୍ରାୟ ସମସ୍ତ ପରିବାରକୁ ଶୌଚାଳୟ ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯାଇଛି ବୋଲି ସୁଶ୍ରୀ ରଚମାଳା ପ୍ରକାଶ କରିବା ସହ ବାହ୍ୟ ମଳତ୍ୟାଗକୁ ନିରୂଚ୍ଛାହିତ କରିବା ପାଇଁ ଛାତ୍ରୀମାନଙ୍କୁ କହିଥିଲେ। ଏନଏସିର ପରିମଳ ପର୍ଯ୍ୟବେକ୍ଷକ ଲଲାଟେନ୍ଦୁ ବେହେରା ସମ୍ମାନିତ ବକ୍ତାଭାବେ ଯୋଗଦେଇ ବାହାରେ ମଳତ୍ୟାଗ ଦ୍ୱାରା ହେଉଥିବା ବିଭିନ୍ନ ରୋଗ ସଂପର୍କରେ କହିବା ସହ ବାହ୍ୟ ମଳତ୍ୟାଗକୁ ବନ୍ଦ କରିବା ପାଇଁ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ଯୁବରେଡକ୍ରସ ର ଉପଦେଷ୍ଟା ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଅଧ୍ୟାପିକା ବବିତା ସାହୁ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories